ଓଡିଶା

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ

(ମହାଭାରତ, ପିପିଲି): ପୁରୀ ଜିଲ୍ଲା କଣ୍ଟି ପଞ୍ଚାୟତର କାକୁଡିଆ ଗାଁରେ ଏକ ଅଘଟଣ ଘଟିଛି । ବ୍ରାଉନସୁଗାର ବେପାରକୁ ବିରୋଧ କରିବାରୁ ଏଠାରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଏଥିସହ ଜଣେ ଯୁବକଙ୍କୁ ଦୁର୍ବୃତ୍ତମାନେ ଗୋଡାଇ ଗୋଡାଇ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି । ଫଳରେ ଯୁବକ ଜଣକ ଗୁରୁତର ହୋଇଛନ୍ତି । ଯୁବକଙ୍କ ନା ଅଜୟ ବୋଲି ଜଣାପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଗତ ସୋମବାର ରାତିରେ ଯୁବକ ଜଣକ ସ୍ଥାନୀୟ ଅଞ୍ଚଳରେ ନିଶା କାରବାରକୁ ବିରୋଧ କରୁଥିଲେ । ଏନେଇ ଦୁର୍ବୃତ୍ତମାନେ ରାଗ ଶୁଝାଇବାକୁ ତାଙ୍କୁ ଆକ୍ରମଣ କରିଥିଲେ । ଉକ୍ତ ଯୁବକଙ୍କ ଘର ଆଗରେ ବୋମାମାଡ଼ କରି ଫେରାର ହୋଇଥିଲେ । ତେବେ ବୋମାମାଡ଼ରେ କୌଣସି ପ୍ରାଣହାନୀ ହୋଇ ନଥିବା ଜଣାଯାଇଛି । ଆକ୍ରମଣ ସମ୍ପର୍କରେ ଖବର ପାଇଁ ପିପିଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହି ଘଟଣା ପରେ କାକୁଡିଆ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି ।

Related posts

ଚୋରୀ ବେଳେ ଧରାପଡିଲେ, ବାଇକ୍ ଛାଡି ଚମ୍ପଟ

mahabharatanews

ଖାଲି ଯୁକ୍ତ୨ ସିଟ୍‌; ଆସନ୍ତାକାଲିଠୁ ପୁଣି ନାମଲେଖା ଆରମ୍ଭ 

mahabharatanews

ଜରୁରୀକାଳୀନ ଅବତରଣ କଲା ଭୁବନେଶ୍ୱର-ଦିଲ୍ଲୀ ବିମାନ 

mahabharatanews

Leave a Comment