ଓଡିଶା

ରାଇବଣିଆ ଲୋକ ମହୋତ୍ସବ ଶୁଭାରମ୍ଭ

ଜଳେଶ୍ୱର: ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ହାତିଗଡ ହେଲିପ୍ୟାଡ ପଡ଼ିଆରେ ଆଜି ଶୁଭାରମ୍ଭ ହେଉଛି ରାଇବଣିଆ ଲୋକ ମହୋତ୍ସବ । ଏହି ମହୋତ୍ସରେ ରାଇବଣିଆ ଗଡର ସ୍ମୃତି ସ୍ଥାନ ପାଇଥିବା ବେଳେ, ସ୍ଥାନୀୟ କଳାକାର ମାନଙ୍କୁ ଅଧିକ ଅଗ୍ରାଧିକାର ଦିଆଯିବ ବୋଲି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଦେଇଛନ୍ତି । ଉକ୍ତ ମହୋତ୍ସବ ଆଜିଠୁ ଆରମ୍ଭ ହୋଇ ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ବୋଲି ଏକ ପ୍ରେସ ମିଟରେ ସୂଚନା ଦିଆଯାଇଛି । ଉତ୍ସବରେ ପ୍ରତ୍ୟେକ ସନ୍ଧ୍ୟାରେ ବିଶିଷ୍ଟ ଅତିଥିଙ୍କ ସହିତ ସିନେମା ତାରକା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ଓ ପଶ୍ଚିମବଙ୍ଗ ସିମାନ୍ତରେ ହେଉଥିବା ମୋହତ୍ସବରେ ରାଜ୍ୟ, ରାଜ୍ୟ ବାହାରର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥାନିତ ହେବା ସହିତ, ରାଜ୍ୟ ଓ କେନ୍ଦ୍ରର ନେତୃମଣ୍ଡଳୀଙ୍କ ଉପସ୍ଥିତି ଓ ବକ୍ତବ୍ୟ ଅନ୍ୟତମ ଆକର୍ଷଣ ହେବ ବୋଲି ଆଶାବ୍ୟକ୍ତ କରାଯାଉଛି । ସୁନ୍ଦର ତୋରଣ ସାଙ୍ଗକୁ ଚିକ ମିକ ରଙ୍ଗୀନ ଆଲୁଅ, ବିଭିନ୍ନ ଘରୋଇ ଉପକରଣ ପାଇଁ ଷ୍ଟଲ, ପିଲାଙ୍କ ପାଇଁ ମିନାବଜାର, ନାଗର ଦୋଳି, ମରଣ କୂଅ ଆଦି ଦର୍ଶକଙ୍କୁ ବେଶ ଆକୃଷ୍ଟ କରିବ ବୋଲି ସୂଚନା ଦେଇଛନ୍ତି । ଏଥି ସହିତ ସ୍ଥାନୀୟ ଜନ ସାଧାରଣ, ପ୍ରଶାସନ, ପୋଲିସ ଓ ଭଲିଣ୍ଟିର ମାନଙ୍କ ସହଯୋଗ ଲୋଡି କାର୍ଯ୍ୟକ୍ରମକୁ ସଫଳ କରିବାକୁ ନିବେଦନ କରିଛନ୍ତି ।

Related posts

ଦିଲ୍ଲୀରେ ମଦ ଉପରେର ୭୦% କରୋନା ଟିକସ ଲାଗୁ

mahabharatanews

ସରକାରୀ ସହାୟତା ନପାଇ ସାଲେପୁରରେ ଚାଷୀ ହତାଶ

mahabharatanews

ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ; ସଂକ୍ରମଣକୁ ରୋକିବାକୁ ଔଷଧ ସହ ଟେଷ୍ଟିଂ ଜାରି

mahabharatanews

Leave a Comment