ଓଡିଶା

ରାଉରକେଲା ଷ୍ଟିଲ ପ୍ଲାଣ୍ଟର ୪ ସିଆଇଏସଏଫ ଯବାନ ନିଲମ୍ବିତ

(ମହାଭାରତ, ରାଉରକେଲା): ରାଉରକେଲା ଷ୍ଟିଲ ପ୍ଲାଣ୍ଟ (ଆରଏସପି) ସୁରକ୍ଷା ଦାୟିତ୍ୱରେ ଥିବା ୪ ସିଆଇଏସଏଫ ଯବାନ ନିଲମ୍ବିତ ହୋଇଛନ୍ତି । ଦାୟିତ୍ୱରେ ଅବହେଳା ଲାଗି ୪ ଜଣ ଯବାନଙ୍କୁ ସିଆଇଏସଏଫ କର୍ତ୍ତୃପକ୍ଷ ନିଲମ୍ବନ କରିଛନ୍ତି । ପ୍ଲାଣ୍ଟ ପରିସରରେ ପ୍ଲେଟ୍ ମିଲ ନିକଟରୁ ଗତ ଶୁକ୍ରବାର ଅପରାହ୍ନରେ କ୍ରାଇମବ୍ରାଞ୍ଚ ଓ ଭିଜିଲାନ୍ସର ଟିମ ୨ଟି ଟ୍ରେଲରକୁ ଜବତ କରିଥିଲେ । ଏହି ଦୁଇ ଟ୍ରେଲର ବିନା କୌଣସି କାଗଜପତ୍ର ଓ ଏଣ୍ଟ୍ରି ପାସରେ ପ୍ଲାଣ୍ଟ ଭିତରକୁ ପ୍ରବେଶ କରିଥିଲେ । ଚଢାଉ ପରେ ଦୁଇ ଟ୍ରେଲରର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ବିପୁଳ ପରିମାଣରେ ଲୁହା ଚୋରି କରିବାକୁ ଏହି ଦୁଇ ଟ୍ରେଲର କାରଖାନା ପରିସରକୁ ପ୍ରବେଶ କରିଥିବା ସନ୍ଦେହ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ତେବେ ଏଠାରେ ମୁତୟନ ସିଆଇଏସଏଫର ୪ ଜଣ ଯବାନଙ୍କ ଆଚରଣ ସନ୍ଦେହ ଘେରକୁ ଆସିବା ପରେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ନିଲମ୍ବନ ପୂର୍ବରୁ ସେମାନଙ୍କୁ କାରଣ ଦର୍ଶାଆ ନୋଟିସ ଜାରି କରାଯାଇଥିଲା । ଏହି ଘଟଣାକୁ ନେଇ ଷ୍ଟିଲପ୍ଲାଣ୍ଟ କର୍ତ୍ତୃପକ୍ଷ ଟାଙ୍ଗରପାଲି ଥାନାରେ ଏତଲା ଦେଇଛନ୍ତି । ଘଟଣାର ଗୁରୁତ୍ୱକୁ ଦେଖି ଉଭୟ ପୋଲିସ ଓ ସିଆଇଏସଏଫ ଟିମ୍ ଏହି ମାମଲାର ତଦନ୍ତ କରୁଛନ୍ତି । ୨ ଦିନ ପୂର୍ବରୁ ବିନା ଏଣ୍ଟ୍ରି ପାସରେ ଏକ ଟ୍ରକ ପ୍ରବେଶ କରୁଥିବାରୁ ଏହାର ଡ୍ରାଇଭର ମଧ୍ୟ ଗିରଫ ହୋଇଛି । ରାଉରକେଲା ଷ୍ଟିଲ ପ୍ଲାଣ୍ଟରୁ ଲୁହା ଚୋରି ପାଇଁ ଏକ ରାକେଟ ଏଠାରେ କାମ କରୁଥିବା ସନ୍ଦେହ କରାଯାଉଛି ।

Related posts

କୃଷି କାର୍ୟ୍ୟାଳୟରେ ରାସାୟନିକ ବିଶୋଧକ ସିଞ୍ଚନ

mahabharatanews

ଜୁଈ ନିଆଁକୁ ଡେଇଁ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

mahabharatanews

ନଦୀରେ ମହିଳାଙ୍କ ମୃତଦେହ ଜଗିଛୀ କୁମ୍ଭୀର

mahabharatanews