ନୂଆଦିଲ୍ଲୀ: ବିବିଧତା ମଧ୍ୟରେ ଏକତା ଭାରତର ବିଶେଷତା । ଜୀବନରୁ ଯେତେବେଳେ ଅନିଶ୍ଚିତତା ବାହାରି ଯାଏ, ସେତେବେଳେ ଏକ ବଡ ଚିନ୍ତା ଦୂର ହୁଏ । ତାହା କିପରି ଲାଗେ ତାହା ମୁଁ ଅନୁଭବ କରି ପାରୁଛି । ଆଜି ମୁଁ ସମସ୍ତଙ୍କ ଚେହରାରେ ତାହା ଦେଖି ପାରୁଛ । ରାମଲୀଳା ମଇଦାନ ଆଜି ତାହାର ସାକ୍ଷୀ ପାଲିଟିଛି ବୋଲି ରାମଲୀଳା ମୈଦାନରେ ଆୟୋଜିତ ବିଜେପିର ଧନ୍ୟବାଦ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।
୪୦ ଲକ୍ଷ ଲୋକଙ୍କ ଜୀବନରେ ନୂଆ ସକାଳର ଆଗମନ ହୋଇଛି । ବାସହରା ହେବାକୁ ନେଇ ସେମାନଙ୍କ ମନରେ ଯେଉଁ ଚିନ୍ତା ରହିଥିଲା ତାହା ଏବେ ଦୂର ହୋଇଛି । ଆଜି ଦିଲ୍ଲୀବାସୀଙ୍କୁ ସମ୍ପୂର୍ଣ୍ଣ ଅଧିକାର ମିଳିଛି । ସ୍ୱାଧୀନତାର ଅନେକ ବର୍ଷ ପରେ ଦିଲ୍ଲୀବାସୀ ଅନିଶ୍ଚିତତା, ଭୟ, ଡର, ଛଳ, କପଟ ଓ ମିଥ୍ୟା ରାଜନୀତି ଦେଇ ଗତି କରିବାକୁ ପଡୁଛି । ସିଏଏ ହିଂସାକୁ ନେଇ ମୋଦି କହିଛନ୍ତି, ଲୋକଙ୍କୁ ବିଭ୍ରାନ୍ତ କରି ଉସୁକାଇଲା ଭଳି କଥା କୁହାଗଲା ଏବଂ ସାମାଜିକ ଗଣମାଧ୍ୟମର ଅପବ୍ୟବହାର କରାଗଲା । ସାମାଜିକ ଗଣମାଧ୍ୟମରେ ନିଆଁ ଲଗାଇବାକୁ ଚେଷ୍ଟା କରାଗଲା । ମିଥ୍ୟା ତଥ୍ୟ ପ୍ର·ର କରି ଲୋକଙ୍କୁ ବିଭ୍ରାନ୍ତ କରି ସିଏଏ ବିରୋଧରେ ହିଂସା ପ୍ରଦର୍ଶନ କରାଗଲା । ବିରୋଧୀ ଦଳ ଉପରେ ବର୍ଷି ମୋଦୀ କହିଲେ ଯେ, ଏମାନେ ନିଜ ସ୍ୱାର୍ଥ ଓ ରାଜନୀତି ପାଇଁ କୌଣସି ସ୍ତରକୁ ଖସି ପାରିବେ । ଉଚ୍ଚପଦରେ ବସିଥିବା ବ୍ୟକ୍ତିମାନେ ସାମାଜିକ ଗଣମାଧ୍ୟମରେ ଗୁଜବ ପ୍ର·ର କରି ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟିରେ ନିଆଁ ଲଗାଇବା ଭଳି ଅପରାଧ କାର୍ଯ୍ୟକଳାପ କଲେ । ମୁଁ ସେମାନଙ୍କ ଠାରୁ ଜାଣିବାକୁ ·ହୁଁଛି ଯେ, ଯେତେବେଳେ ଦିଲ୍ଲୀର ଶହ ଶହ କଲୋନୀ ବାସିନ୍ଦାକୁ ସ୍ୱାହବସ୍ଥା ସୁଗମତା ପ୍ରଦାନ କରାଗଲା, ସେତେବେଳେ କ’ଣ ପ·ରିଥିଲି କି ଆପଣଙ୍କ ଧର୍ମ କ’ଣ? ଅ ।ପଣ କେଉଁ ଧର୍ମ ଉପରେ ଅ ।ସ୍ଥା ରଖନ୍ତି ବା ବିଶ୍ୱାସ କରନ୍ତି? ଅ ।ପଣ କେଉଁ ଦଳକୁ ସମର୍ଥନ କରନ୍ତି? ଅସାଧୁ ଲୋକ ମିଥ୍ୟା କଥା ପ୍ର·ର କରି ମୁସଲମାନଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରୁଛନ୍ତି । ପୂର୍ବ ସରକାର ଉପରେ ବର୍ଷି ମୋଦି କହିଛନ୍ତି ଯେ, ଗତ ସରକାର ଧନୀ ଲୋକଙ୍କୁ ସମସ୍ତ ସୁବିଧା ଯୋଗାଇ ଦେଇଥିବା ବେଳେ ଗରିବ ଲୋକଙ୍କୁ ଛାଟ ମାରିଥିଲା । ଗତ ସରକାର ଦିଲ୍ଲୀର ସୁବଠୁ ମୂଲ୍ୟବାନ ଓ ପ୍ରତିଷ୍ଠିତ ଅଞ୍ଚଳରେ ପ୍ରାୟ ୨ ହଜାର ବଙ୍ଗଳା ଅବୈଧ ଭାବେ ନିଜ ସମ୍ପର୍କୀୟ ବା ଭିଅ ।ଇପିଙ୍କୁ ଦେଇଥିଲେ । ଅ ।ମେ ତାହାକୁ ଖାଲି କରି ଗରିବଙ୍କ ରହିବା ଉପଯୋଗ କରିଛୁ । ସେମାନଙ୍କୁ ଭିଅ ।ଇପି ମୁବାରକ୍, କିନ୍ତୁ ମୋ ଭିଅ ।ଇପି ହେଉଛନ୍ତି ଅ ।ପଣମାନେ ।