ଓଡିଶା

ରାସ୍ତା ନ ଥିବାରୁ ପ୍ରସୂତି ଚାଲିଲେ ୫ କିମି

(ମହାଭାରତ, ରାୟଗଡା): ସରକାର ରୋଗୀ ଓ ଗର୍ଭବତୀଙ୍କୁ ସୁବିଧାରେ ଡାକ୍ତରଖାନାରେ ପହଁଚାଇବା ଲକ୍ଷ୍ୟରେ ଆମ୍ବୁଲାନ୍ସ ସେବା ଯୋଗାଇ ଦେଇଛନ୍ତି । କିନ୍ତୁ ପ୍ରତ୍ୟହ ସରକାରୀ କଳର ବିଫଳତାକୁ ନେଇ ଗର୍ଭବତୀଙ୍କ ଯନ୍ତ୍ରଣାର ଖବର ସାମ୍ନାକୁ ଆସୁଛି । ରାୟଗଡା ଜିଲ୍ଲା ସଦରମହକୁମାରେ ପୁଣି ଗୋଟିଏ ଜନନୀ ଯନ୍ତ୍ରଣା ଘଟଣା ସାମ୍ନାକୁ ଆସିଛି । ସାରାପାଡି ଗାଁରେ ଜଣେ ଗର୍ଭବତୀଙ୍କୁ ୫ କିଲୋମିଟର ଚାଲି ଚାଲି ଡାକ୍ତରଖାନା ଯିବାକୁ ପଡିଛି ।

ସୂଚନା ଅନୁଯାୟୀ, ଏହି ଗାଁର ସୁନ ହୁଇକାଙ୍କୁ ରବିବାର ପ୍ରସବ ଯନ୍ତ୍ରଣା ହୋଇଥିଲା । ଯନ୍ତ୍ରଣା ଯେତେବେଳେ ବଢିଲା ପରିବାର ଲୋକଙ୍କ ପକ୍ଷରୁ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା । କିନ୍ତୁ ଆମ୍ବୁଲାନ୍ସ ପକ୍ଷରୁ ସୂଚନା ଦିଆଯାଇଥିଲା କି ଗାଁକୁ ରାସ୍ତା ନାହିଁ । ତେଣୁ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ପ୍ରସୂତିଙ୍କୁ ନେଇ ପହଁଚିବାକୁ କୁହାଯାଇଥିଲା । ଫଳରେ ଗର୍ଭବତୀଙ୍କୁ ଗାଁରୁ ଚାଲି ଚାଲି ୫ କିଲୋମିଟର ରାସ୍ତା ଅତିକ୍ରମ କରି ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଯିବାକୁ ହୋଇଥିଲା । ବାଟରେ ଝଞ୍ଜାବତି ନଦୀ ପଡିବାରୁ ପ୍ରସୂତି ନଦୀକୁ କଷ୍ଟେମଷ୍ଟେ ପାର କରିଥିଲେ ପ୍ରସୂତି । ଦୀର୍ଘ କାଳ ଚାଲିଚାଲି ଶେଷରେ ମୁଖ୍ୟ ରାସ୍ତାରେ ପହଁଚିଥିଲେ । ଯନ୍ତ୍ରଣାସିକ୍ତ ପ୍ରସୂତି ଯମ ଯନ୍ତ୍ରଣା ଭୋଗି ୫ କିଲୋମିଟର ରାସ୍ତା ଚାଲିବା ପରେ ଆମ୍ବୁଲାନ୍ସରେ ଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିବା ପରେ ଗୋଟିଏ କନ୍ୟା ସନ୍ତାନ ଜନ୍ମ ଦେଇଥିବା ଜଣାଯାଇଛି ।

ସୂଚନାଯୋଗ୍ୟ, ରାୟଗଡା ଜିଲ୍ଲାର ବହୁ ଗାଁକୁ ରାସ୍ତା ନ ଥିବାରୁ ବହୁ ଗର୍ଭବତୀଙ୍କୁ ଯନ୍ତ୍ରଣାରେ ଜୀବନ ହାରିବାକୁ ପଡୁଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି ।

Related posts

କୋଲୱାସରୀ ବଦଳରେ ଶୀତଳ ଭଣ୍ଡାର ସ୍ଥାପନ ପାଇଁ ଗଣ ବିକ୍ଷୋଭ

mahabharatanews

 ପଦୋନ୍ନତି ପାଇଁ ଫିଟନେସ ହେବ ଏକ ମାପଦଣ୍ଡ

mahabharatanews

ଶିଖରଚଣ୍ଡୀ ପାହାଡ଼ ତଳୁ ମିଳିଲା ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ଶରୀର

mahabharatanews

Leave a Comment