ଓଡିଶା

ରୋଷେଇ ବେଳେ ନିଆଁ ଲାଗି ଦମ୍ପତି ଗୁରୁତର

(ମହାଭାରତ, କରଞ୍ଜିଆ): ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଭଅଁରାରେ ଏକ ଅଘଟଣ ଘଟିଛି । ଏହି ଗାଁର ଉପରସାହିରେ ନିଆଁରେ ପୋଡି ହୋଇ ଏକ ଦମ୍ପତ୍ତି ଗୁରୁତର ହୋଇଛନ୍ତି । ଗୁରୁତର ଦମ୍ପତି ଦରା ମୋଢେଇ ଓ ତ୍ରିବେଣୀ ମୋଢେଇ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ଗତ ରବିବାର ଦିନ ତ୍ରିବେଣୀ ରୋଷେଇ କରୁଥିବା ବେଳେ ତାଙ୍କ ଶାଢୀରେ ନିଆଁ ଲାଗିଯାଇଥିଲା । ଏହା ଦେଖି ତାଙ୍କ ସ୍ୱାମୀ ନିଆଁ ଲିଭାଇବାକୁ ଯାଇ ଗୁରୁତର ହୋଇଛନ୍ତି । ଘରେ ନିଆଁ ଲାଗି ଦୁଇଟି ବଖରା ସମ୍ପୁର୍ଣ୍ଣ ପୋଡିଯାଇଛି । ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ସହ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସରେ କରଞ୍ଜିଆ ଡାକ୍ତରଖାନା ପଠାଇଥିଲେ । ସେଠାରେ ଉଭୟ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି ।

Related posts

ରାଜ୍ୟରେ ଓମିକ୍ରନ ନେଲା ପ୍ରଥମ ପ୍ରାଣ

mahabharatanews

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

mahabharatanews

ଉଦ୍ଧାର ହେଲା ୩ ବିରାଟକାୟ ମାଛ

mahabharatanews