ଓଡିଶା

ଲକ ଡାଉନରେ ମତ୍ସଜୀବୀ ପ୍ରଭାବିତ: ଭୋକ ଉପାସରେ କାଟୁଛନ୍ତି ଦିନ

ଜୟନ୍ତ ସେଠୀ/ ଗୋପ: ବିଶ୍ବ ମହାମାରୀ କରୋନା ଭୂତାଣୁରୁ ରକ୍ଷା ପାଇବା ପାଇଁ ସବୁଆଡେ ଲକ୍ ଡାଉନ୍ ଘୋଷଣା କରାଯାଇଛି। ଏହି ଘୋଷଣାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦାରଖ କରାଯାଉଛି । କୌଣସି ସ୍ଥଳେ ଏହାର ଉଲ୍ଲଙ୍ଘନ ହେଲେ ଉଲ୍ଲଙ୍ଘନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ଏଥିସହ ଲୋକେ ମଧ୍ୟ ଏହି ମହାମାରୀର ଭୟାବହତାକୁ ନେଇ ସଚେତନ ହୋଇ ନିଜକୁ ଲକଡାଉନରେ ସାମିଲ କରିଛନ୍ତି । କିନ୍ତୁ ଲକ ଡାଉନ ପରଠୁ ପ୍ରଭାବିତ ହୋଇଛନ୍ତି ରାଜ୍ୟର ମତ୍ସଜୀବୀ । ବିଶେଷ କରି ସମୁଦ୍ର କୁଳିଆ ମତ୍ସଜୀବୀ ଙ୍କ ଅବସ୍ଥା ଶୋଚନୀୟ ହୋଇ ପଡିଛି । ଜୀବିକା ହରାଇବା ପରଠୁ ପୁରୀଜିଲ୍ଲାର ୫୦ ହଜାରଠୁ ଅଧିକ ମତ୍ସଜୀବୀ ଭୋକ ଉପାସରେ ଦିନ କାଟୁଛନ୍ତି । ସମୁଦ୍ର କୂଳରେ ସହ ସହ ମାଛଧରା ଡ଼ଙ୍ଗା ପଡି ରହିଛି ଏବଂ ମାଛ ଗୋଦାମ ବି ଖାଲି ପଡିଛି । ଅସ୍ତରଙ୍ଗ ମାଛଧରା ବନ୍ଦରରେ ସମସ୍ତ ଟ୍ରଲର ଚଳା ଚଳ ବନ୍ଦ ରହିଥିବା ବେଳେ ଅସ୍ତରଙ୍ଗ ସାମୁଦ୍ରିକ ଥାନା ଅଧିକାରୀ ସମୁଦ୍ର ଭିତରକୁ ମତ୍ସଜୀବୀ ମାନଙ୍କୁ ମାଛ ଧରିବା ପାଇଁ ବାରଣ କରାଯାଇଥିବା ବେଳେ କିପରି ନଯିବେ ସେଥିପାଇଁ କଡା ନଜର ରଖିଥିବା କହିଛନ୍ତି।

Related posts

ଆସନ୍ତାକାଲି ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

mahabharatanews

୨୪ ଘଣ୍ଟା ମଧ୍ୟରେ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

mahabharatanews

ମାତୃଛାୟା ଆଶ୍ରମରେ ଯୌନ ନିର୍ଯାତନା ଅଭିଯୋଗ, ଅତିରିକ୍ତ ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

mahabharatanews