ଓଡିଶା

ରାଜ୍ୟରେ କୋଭିଡ-୧୯ର ଆଉ ୨ ମାମଲା

ଭୁବନେଶ୍ୱର: ରାଜ୍ୟରେ କୋଭିଡ-୧୯ର ଆଉ ଦୁଇଟି ମାମଲା ସାମ୍ନାକୁ ଆସିଛି । ଏହି ଦୁଇ ମାମଲାକୁ ମିଶାଇ ବର୍ତ୍ତମାନ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୪ରେ ପହଞ୍ଚିଛି । ନୂତନ ଚିହ୍ନଟଙ୍କ ମଧ୍ୟରେ ଢେଙ୍କାନାଳର ଜଣେ ୫୧ ବର୍ଷୀୟା ମହିଳା ରହିଥିବା ବେଳେ ଦ୍ୱିତୀୟ ମାମଲାଟି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲର ।ଉକ୍ତ ବ୍ୟକ୍ତିଙ୍କ ବୟସ ୬୯ ହେବ । ତାଙ୍କ ଘର ପଶ୍ଚିମ ବଙ୍ଗର ମେଦିନପୁରରେ । ତାଙ୍କୁ ଆମ୍ବୁଲାନ୍ସ ଯୋଗେ ପଶ୍ଚିମ ବଙ୍ଗରୁ ଭୁବନେଶ୍ୱର ଅଣାଯାଇ ଏଠାରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟର ମାଧ୍ୟମରେ ସୂଚନା ଦିଆଯାଇଛି । ଏହି ଦୁଇ ମାମଲାର ସବିଶେଷ ବିବରଣି ପରବର୍ତ୍ତୀ ସମୟରେ ଦୈନିକ ପ୍ରେସ ବିବୃତ୍ତିରେ ପ୍ରଦାନ କରାଯିବ ବୋଲି ଉଲ୍ଲେଖ ରହିଛି ।

Related posts

ଜିଲ୍ଲାସ୍ତରୀୟ ସୁଭଦ୍ରା ଶକ୍ତି ମେଳା -୨୦୨୬ ଉଦଘାଟିତ

mahabharatanews

ଗୋହତ୍ୟା ନିରୋଧ ବିଲ ଆଣିବା ପ୍ରସଙ୍ଗ : ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକଙ୍କ ପ୍ରତିକ୍ରିୟା

mahabharatanews

ଆସିଛି ଦିଲ୍ଲୀରୁ ଡାକରା: ସ୍ୱାଧୀନତା ଦିବସରେ ଅତିଥି ହେବେ ପୁରୀର ଆଶାକର୍ମୀ ସୁକାନ୍ତି

mahabharatanews