Uncategorized

ଲାଇବ୍ରେରୀ ଭିଡିଓର ଯାଞ୍ଚ ହେବ: ଦିଲ୍ଲୀ ପୁଲିସ

ମହାଭାରତ, ନୂଆଦିଲ୍ଲୀ: ଡିସେମ୍ବର ୧୫ ରାତିରେ ଜାମିଆ ମିଲିଆ ଇସଲାମିଆ ବିଶ୍ୱବିଦ୍ୟାଳୟର ଲାଇବ୍ରେରୀରେ ପୁଲିସ ଛାତ୍ରଙ୍କ ସହ ଦୁର୍ବ୍ୟବହାର କରିଥିବାର ଭିଡିଓ ବିଭିନ୍ନ ଗଣମାଧ୍ୟମରେ ଭାଇରାଲ ହେବା ପରେ ଦିଲ୍ଲୀ ପୁଲିସ କହିଛି, ଏହି ଘଟଣା ଉପରେ ତଦନ୍ତ ହେବ । ଡିସେମ୍ବର ୧୫ରେ ଜାମିଆରେ ନାଗରିକତା ଆଇନ ବିରୋଧରେ ପ୍ରଦର୍ଶନ ହୋଇଥିବା ବେଳେ ରାତିରେ କିଛି ପୁଲିସ କର୍ମଚାରୀ ବିଶ୍ୱବିଦ୍ୟାଳୟ ଲାଇବ୍ରେରୀରେ ପଶି ଛାତ୍ରଙ୍କ ସହ ଖରାପ ବ୍ୟବହାର କରିଥିବା ଭିଡିଓରେ ଦେଖିବାକୁ ମିଳିଛି । ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର କମିଶନର ପ୍ରଭିର ରଞ୍ଜନ କହିଛନ୍ତି, ଡିସେମ୍ବର ୧୫ରେ ଜାମିଆରେ ହୋଇଥିବା ଘଟଣା କ୍ରମର ନୂତନ ଭିଡିଓକୁ ଅନୁଧ୍ୟାନ କରାଯାଉଛି । ଏହା ଉପରେ ଆଗକୁ ତଦନ୍ତ ହେବ ।
ଭିଡିଓରେ ଦେଖିବାକୁ ମିଳିଛି, ପୁଲିସ କର୍ମଚାରୀ ଜାମିଆ ଲ।।ଇବ୍ରେରୀ ଭିତରକୁ ଦଙ୍ଗା ସୃଷ୍ଟି କରିବା ମାନସିକତା ନେଇ ପ୍ରବେଶ କରିବା ସହ ଲାଇବ୍ରେରୀରେ ପଢୁଥିବ।। ଛାତ୍ରଙ୍କୁ ଲାଠିରେ ମାରୁଛନ୍ତି । ବିଶ୍ୱବିଦ୍ୟାଳୟ ପରିସରରେ ଥିବା ଅଧ୍ୟୟନ ହଲରେ ବସି ଛାତ୍ରଛାତ୍ରୀ ପଢୁଥିବା ସମୟରେ ସେମାନଙ୍କୁ ହଲ ବାହାରକୁ ଘୋଷାଡି ଅଣା ଯ।।ଇଥିଲା ।
ସୁଚନାଯୋଗ୍ୟ, ସିଏଏ ବିରୋଧରେ ଜାମିଆ ଛାତ୍ରଙ୍କ ବିରୋଧ କାଳରେ ଦକ୍ଷିଣ ଦିଲ୍ଲୀର କେତେକ ସ୍ଥାନରେ ବସ ଓ ଅନ୍ୟ ଯାନବାହନରେ ନିଆଁ ଲଗାଇ ଦିଆଯାଇଥିଲା । ତେବେ ଏହା କାମ ବାହାର ଲୋକଙ୍କର ଥିଲା, କୌଣସି ଛାତ୍ର ଏଥିରେ ନ ଥିବା କୁହାଯ।।ଉଥିବା ବେଳେ ଡିସେମ୍ବର ୧୫ ତାରିଖରେ ଦିଲ୍ଲୀ ପୁଲିସ ବିଶ୍ୱବିଦ୍ୟାଳୟ ପରିସର ମଧ୍ୟକୁ ଲୁହା ବୁହା ଗ୍ୟାସ ତୋପ ପକାଇଥିଲା ।

Related posts

କେମିତି ରହିବ ନୂଆ ବର୍ଷ ୨୦୨୧

mahabharatanews

ପୂଜାର୍ଚ୍ଚନା ପରେ ପଢୁଛନ୍ତି ତ ଏହି ମନ୍ତ୍ର

mahabharatanews

ମୁଖ୍ୟମନ୍ତ୍ରୀ ମମତାଙ୍କ କାର୍ଯ୍ୟକ୍ରମରେ ବଡ଼ ଅଘଟଣ,ଗେଟ୍ ଭୁଶୁଡ଼ି ୨ ଆହତ

mahabharatanews

Leave a Comment