ନୂଆଦିଲ୍ଲୀ: ବୁଧବାର ଦିନ ଲୋକସଭାରେ କଂଗ୍ରେସ ସଦସ୍ୟମାନେ ନାସନାଲ କନଫେରେନ୍ସ ନେତା ଫାରୁଖ ଅବଦୁଲ୍ଲା ଓ ଅନ୍ୟ ଜାମ୍ମୁ କାଶ୍ମୀର ନେତାଙ୍କ ମୁକ୍ତି ଦାବି କରି ଗୃହରୁ ବାହାରି ଯାଇଥିଲେ ।
ଅଗଷ୍ଟ ୫ ତାରିଖରେ ଜାମ୍ମୁରୁ ଧାରା ୩୭୦ ଉଚ୍ଛେଦ ପରେ ଫାରୁଖ ଅବଦୁଲ୍ଲା, ଓମାର ଅବଦୁଲ୍ଲା, ପିପୁଲ୍ସ ଡେମୋକ୍ରାଟିକ ପାର୍ଟିର ମେହବୁବା ମୁଫ୍ତିଙ୍କୁ କେନ୍ଦ୍ର ସରକାର ବନ୍ଦୀ କରି ରଖିଛି । ସାଧାରଣ ସୁରକ୍ଷା ଆଇନ ବଳରେ ଫାରୁକ ଅବଦୁଲ୍ଲାଙ୍କ ବନ୍ଦୀ କାଳକୁ ଆହୁରି ୩ ମାସ ପାଇଁ ୨୦୧୯ ଡିସେମ୍ବର ମାସରୁ ବଢାଇ ଦିଆଯାଇଛି । ଜାମ୍ମୁ କାଶ୍ମୀରରେ ୩ ଥର ଲଗାତର ମୁଖ୍ୟମନ୍ତ୍ରୀ ହୋଇଥିବା ଫାରୁଖଙ୍କୁ ଆହୁରି ୨ ମାସ ପର୍ଯ୍ୟନ୍ତ ଗୃହ ବନ୍ଦୀ ରହିବାକୁ ହେବ ।
ସୂଚନାଯୋଗ୍ୟ, ଗତ ଅଗଷ୍ଟ ୫ ତାରିଖରେ ଜାମ୍ମୁରୁ ଧାର।। ୩୭୦ ଉଚ୍ଛେଦ ହେବା ପରେ ସେଠାରେ ହିଂସା ଆଶଙ୍କାରେ ସମସ୍ତ ଇଣ୍ଟରନେଟ, ଫୋନ ସେବା ବନ୍ଦ କରାଯିବା ସହ ଫାରୁଖ ଅବଦୁଲ୍ଲାଙ୍କୁ ଗୃହବନ୍ଦୀ କରାଯାଇଥିଲା ଓ ତାଙ୍କ ପୁଅ ଓମାର ଅବଦୁଲ୍ଲା ଓ ପିପୁଲ୍ସ ଡେମୋକ୍ରାଟିକ ଅଧ୍ୟକ୍ଷା ମେହବୁବା ମୁଫ୍ତିଙ୍କୁ ଏକତ୍ର ବନ୍ଦୀ କରାଯାଇଥିଲା । ପରେ ଉଭୟ ନେତାଙ୍କ ମଧ୍ୟରେ ଝଗଡା ହେବାରୁ ସେମାନଙ୍କୁ ଅଲଗା ଅଲଗା ରଖାଯାଇଥିଲା । କେବଳ ଏହି ତିନି ନେତା ନୁହଁନ୍ତି, ବହୁ ନେତା, ଯେଉଁମାନେ ରାଜ୍ୟରେ ହିଂସା ସୃଷ୍ଟି କରିବାର ଆଶଙ୍କା ଥିଲା ସେମାନଙ୍କୁ ବନ୍ଦୀ କରାଯାଇଥିଲା । ପରେ ସେଠାରେ ସ୍ଥିତି ସ୍ୱାଭାବିକ ହେବା ପରେ ଧୀରେ ଧୀରେ ସମସ୍ତ ସେବା ପୁନଃ ପ୍ରତିଷ୍ଠା କରାଯାଉଛି ଓ ବିକ୍ଷୋଭକାରୀ ନେତାଙ୍କୁ ମଧ୍ୟ ଜଣ ଜଣ କରି ଛଡା ଯାଉଛି ।
next post