ଓଡିଶା

ଶବ ବ୍ୟବଚ୍ଛେଦକୁ ନେଇ ଡାକ୍ତରଙ୍କୁ ମାଡ ଅଭିଯୋଗ, ୩ ଗିରଫ

(ମହାଭାରତ, ପାଟଣା): କେନ୍ଦୁଝର ଜିଲ୍ଲାର ପାଟଣା ଗୋଷ୍ଠୀ କେନ୍ଦ୍ରରେ ଶବ ବ୍ୟବଚ୍ଛେଦକୁ ନେଇ ଜଣେ ଡାକ୍ତରଙ୍କୁ ମାଡ ହୋଇଥିବା ଅଭିଯୋଗ ହୋଇଛି । ତେବେ ଡାକ୍ତରଙ୍କୁ ମାଡ ମାରିଥିବା ୩ ଯୁବକଙ୍କୁ ପାଟଣା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ମାଡ ମାରିଥିବା ବ୍ୟକ୍ତି ନିଜକୁ ସାମ୍ବାଦିକ ବୋଲି ପରିଚୟ ଦେଇଥିଲେ । ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ତୁମୁରୁଙ୍ଗା ଥାନା ଯମୁନାପଶି ପଞ୍ଚାୟତ ଅନ୍ତର୍ଗତ ଗୋଡିପୋଖରୀ ଗାଁର ନନ୍ଦକିଶୋର ମହାନ୍ତ ଗତ ସୋମବାର ରାତିରେ କୂଅରେ ଖସି ପଡି ପ୍ରାଣ ହରାଇଥିଲେ । ପରିବାର ଲୋକେ ତାଙ୍କ ମୃତଦେହକୁ ସନ୍ଧ୍ୟାରେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ଆଣିଥିଲେ । ବିଳମ୍ବିତ ରାତି ଯାଏ ଶବର ବ୍ୟବଚ୍ଛେଦ ହୋଇ ନଥିବାରୁ ମୃତକଙ୍କ ପୁଅ ଏଭଳି କାହିଁକି ହୋଇନାହିଁ ବୋଲି ସ୍ୱାସ୍ଥ୍ୟକେନ୍ଦ୍ର କର୍ମଚାରୀଙ୍କୁ ପଚାରିଥିଲେ । ତେବେ ସେଠାରେ ଡାକ୍ତର ପହଞ୍ଚି ରାତିରେ ଶବ ବ୍ୟବଚ୍ଛେଦ ହୁଏ ନାହିଁ ବୋଲି ତାଙ୍କୁ କହିଥିଲେ । କିନ୍ତୁ ଏଥିରେ ସେ ଉତକ୍ଷିପ୍ତ ହୋଇ ଡାକ୍ତରଙ୍କୁ ଖରାପ ଭାଷାରେ ଗାଳି ଦେଇଥିଲେ । ଜଣେ ଗଣମାଧ୍ୟମ ପ୍ରତିିନିଧି ବୋଲି ନିଜକୁ କହି ତାଙ୍କ ସହିତ ଉପସ୍ଥିତ ଥିବା ଅନ୍ୟ ୩ ଜଣ ଡାକ୍ତରଙ୍କୁ ମାଡ ମାରିଥିଲେ । ପରେ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ପାଟଣା ଥାନାରେ ଏନେଇ ଅଭିଯୋଗ ଦାଖଲ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ୟୁଟିରେ ଥିବା ଡାକ୍ତରଙ୍କୁ ମାଡ ମାରିଥିବା ଅଭିଯୋଗରେ ୩ ଗିରଫ କରିଛି ।

Related posts

କିଛି ଜିଲ୍ଲାରେ ଅତି ପ୍ରବଳ ବର୍ଷା ସମ୍ଭାବନା ; ସତର୍କ ଜାରି 

mahabharatanews

୧୫୦ରେ ପହଁଚିଲା ପିଆଜ

mahabharatanews

ଗଞ୍ଜାମ ଜିଲ୍ଲା ପ୍ରଶାସନ ପ୍ରବାସୀଙ୍କୁ ଯୋଗାଇ ଦେଉଛି ରୋଜଗାର

mahabharatanews

Leave a Comment