Uncategorized

ଶାହିନବାଗ ପ୍ରଦର୍ଶନ ବେଳେ ଶିଶୁ ମୃତ୍ୟୁ ମାମଲା ପହଞ୍ଚିଲା କୋର୍ଟରେ

ନୂଆଦିଲ୍ଲୀ: ଶାହୀନ ବାଗରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ରାଷ୍ଟ୍ରୀୟ ନାଗରିକତା ପଞ୍ଜିକରଣ (ଏନଆରସି)ର ପ୍ରଦର୍ଶନ ମଧ୍ୟରେ ଶିଶୁ ମୃତ୍ୟୁ ମାମଲା ସୁପ୍ରିମ କୋର୍ଟରେ ପହଞ୍ଚିଛି । ବୀରତା ପୁରସ୍କାରରେ ସମ୍ମାନିତ ସପ୍ତମ ଶ୍ରେଣୀ ଛାତ୍ରୀ ଜେନ ଗୁଣରତ୍ନ ସଦାବନ୍ତେ ମୁଖ୍ୟ ବିଚାରପତି ଏନଏ ବୋବଡେଙ୍କୁ ଚିଠି ଲେଖି ପ୍ରଦର୍ଶନରେ ଶିଶୁଙ୍କୁ ନେବା ଉପରେ ଗାଇଡ ଲାଇନ ପ୍ରସ୍ତୁତ କରିବାକୁ ଗୁହାରି ଲଗାଇଛନ୍ତି ।

ଶିଶୁର ପିତା ଅରଶାଦ କହିଛନ୍ତି, ଆମେ ଗତ ୨୯ ତାରିଖ ପର୍ଯ୍ୟନ୍ତ ପ୍ରଦର୍ଶନରେ ଥିଲୁ । ପ୍ରଦର୍ଶନ ସମୟରେ ବିଳମ୍ବିତ ରାତିରେ ଫେରିଲୁ ଓ ପ୍ରାୟ  ୨.୩୦ରେ ଶିଶୁକୁ କ୍ଷୀର ପିଆଇ ଥିଲୁ । କିନ୍ତୁ ସକାଳୁ ଉଠି ଦେଖିଲୁ ପିଲା ସମ୍ପୂର୍ଣ୍ଣ ନିରବ ଥିଲା । ତେଣୁ ତୁରନ୍ତ ବାଟଲା ହାଉସ କ୍ଲିନିକକୁ ନିଆଯାଇଥିଲା । ସେଠାରେ ଡାକ୍ତର ଶିଶୁକୁ ହୋଲି ପ୍ୟାମିଲି ହସ୍ପିଟାଲକୁ ନେବାକୁ କହିଥିଲେ । କିନ୍ତୁ ସେଠାକୁ ନେବାକୁ ଶିଶୁର ପରିବାର ସକ୍ଷମ ନ ଥିବାରୁ ଶିଶୁକୁ ଅଲ ଶିଫା ହସ୍ପିଟାଶଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ । ଏହା ପରେ ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା, ସରକାର ଏହି ଆଇନ ଆଣି ନ ଥିଲେ ପ୍ରଦର୍ଶନ ହୋଇନଥାନ୍ତା କି ଶିଶୁର ମୃତ୍ୟୁ ହୋଇ ନ ଥିଲା । ଶିଶୁର ପରିବାର ବିହାରରୁ ହୋଇଥିବା ବେଳେ ସେମାନଙ୍କ ପାଖରେ କୌଣସି ନଥି ପତ୍ର ନାହିଁ । ଶିଶୁର ପିତା ଅରଶଦ ରିକ୍ସା ଚଳାଉଛନ୍ତି ।

Related posts

ଅମ୍ଫାନ କ୍ଷୟକ୍ଷତି: ପଶ୍ଚିମ ବଙ୍ଗକୁ ୧ ହଜାର କୋଟି ସହାୟତା

mahabharatanews

ଜେଲରେ ପ୍ରଥମ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

mahabharatanews

ସଂକ୍ରମଣ ରୋକିବାକୁ ପଦକ୍ଷେପ ନିଆଯାଇଛି: ମହାରାଷ୍ଟ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

mahabharatanews