ଓଡିଶା

‘ଶିକ୍ଷାସାଥି ଆପ୍’ ପ୍ରସ୍ତୁତ କରୁଛନ୍ତି କୋରାପୁଟ ଶିକ୍ଷକ

କୋରାପୁଟ: ଜିଲ୍ଲାର କିଛି ସ୍ୱତନ୍ତ୍ର ଶିକ୍ଷକଙ୍କ ଦ୍ୱାରା ·ଲିଛି ଏକ ନିଆରା ସାଧନା । ସାମୂହିକ ଭାବେ ଏକାଠି ବସି ସେମାନେ ପ୍ରସ୍ତୁତ କରୁଛନ୍ତି ରାଜ୍ୟର ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବ୍ୟବହାର ହେବା ପାଇଁ ଉଦ୍ଦିଷ୍ଟ ଏକ ସ୍ୱତନ୍ତ୍ର ‘ଶିକ୍ଷାସାଥି ଆପ୍’ । ଜିଲ୍ଲାର କିଛି ସ୍ୱତନ୍ତ୍ର ଶିକ୍ଷକଙ୍କ ଦ୍ୱାରା ·ଲିଛି ଏକ ନିଆରା ସାଧନା । ସାମୂହିକ ଭାବେ ଏକାଠି ବସି ସେମାନେ ପ୍ରସ୍ତୁତ କରୁଛନ୍ତି ରାଜ୍ୟର ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ବ୍ୟବହାର ହେବା ପାଇଁ ଉଦ୍ଦିଷ୍ଟ ଏକ ସ୍ୱତନ୍ତ୍ର ‘ଶିକ୍ଷାସାଥି ଆପ୍’ । ଏହି ଆପର ବିଷୟ ବସ୍ତୁ ପିଲାଙ୍କ ଶିକ୍ଷାଗ୍ରହଣ ସ୍ତରକୁ ଜାଣିବା । ଏଥିସହ ବିଭିନ୍ନ ତଥ୍ୟ ଓ ପ୍ରଶ୍ନ ରହିଛି । ଶିକ୍ଷକ ଏହି ତଥ୍ୟ ଓ ପ୍ରଶ୍ନକୁ ବ୍ୟବହାର କରି ପିଲାଙ୍କ ଶିକ୍ଷଣସ୍ତରକୁ ମାପିବାରେ ସହାୟକ ହେବ ବୋଲି ରାଜ୍ୟର ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ·ଲିଥିବା ଏହି କାର୍ଯ୍ୟକ୍ରମର ସଂଯୋଜକ କାଳୁ ଚରଣ ଛୋଟରାଏ ଜଣାଇଛନ୍ତି । କୋରାପୁଟର ଏହି ଆପଟି ଉଭୟ ଅନଲାଇନ ଓ ଅଫଲାଇନରେ କାର୍ଯ୍ୟ କରୁଥିବା ଯୋଗୁଁ ଅପହଞ୍ଚ ଅଞ୍ଚଳରେ କାର୍ଯ୍ୟ କରୁଥିବା ଶିକ୍ଷକ ମଧ୍ୟ ଏହି ଆପକୁ ଥରେ ଡାଉନଲୋଡ କରିଦେଇ ଲାଭ ଉଠାଇପାରିବେ ବୋଲି ବିଶିଷ୍ଟ ସାଧନ କର୍ମୀ ଶିବ ଶଙ୍କର ପଟ୍ଟନାୟକ ମତ ରଖିଛନ୍ତି । କୋରାପୁଟର ଶିକ୍ଷକ ଅନେକବାର ରାଜ୍ୟ ପାଇଁ ସ୍ୱତନ୍ତ୍ର କାର୍ଯ୍ୟ ସମ୍ପାଦନ କରିଛନ୍ତି ଏବଂ ବର୍ତ୍ତମାନ ପ୍ରସ୍ତୁତ ହେଉଥିବା ଏହି ଆପ୍କୁ ମଧ୍ୟ ସର୍ବୋତ୍ତମ ରୂପ ପ୍ରଦାନ କରିବେ ବୋଲି ଦୃଢ ବିଶ୍ୱାସ ରହିଥିବା କହିଛନ୍ତି ଶିକ୍ଷାବିତ୍ ଯୁଗଳ କିଶୋର ମିଶ୍ର ।

Related posts

ସୀମା ଟପିଲା ତାପମାତ୍ରା ; ସମ୍ବଲପୁରରେ ପାରଦ ୪୬.୧ ଡିଗ୍ରି

mahabharatanews

ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା : ୬ ଜିଲ୍ଲାରେ ୟେଲୋୱାର୍ଣ୍ଣିଂ ଜାରି

mahabharatanews

ନିଆରା ଢଙ୍ଗରେ ଶିଶୁ ଦିବସ ପାଳନ

mahabharatanews

Leave a Comment