(ମହାଭାରତ): ଅନେକ ସମୟରେ ଅନେକ ଲୋକଙ୍କୁ ରାତିରେ ନିଦ ହୁଏ ନାହିଁ । ସେଥିପାଇଁ କେହି କେହି ନିଦ ବଟିକାର ସାହାଯ୍ୟ ବି ନିଅନ୍ତି । ନିଦ ନହେଲେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ ହୋଇଥାଏ । ତେବେ ବେଳେବେଳେ ଦେଖାଯାଏ ଜଣେ ବ୍ୟକ୍ତିଙ୍କଠାରେ କୌଣସି ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ନଥିବା ସତ୍ତେ୍ୱ ତାଙ୍କୁ ରାତିରେ ନିଦ ହୁଏ ନାହିଁ । ଏପରି କ୍ଷେତ୍ରରେ ଘରର ବାସ୍ତୁ ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ । କିଛି ବାସ୍ତୁଦୋଷ ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇପାରେ । ସେଥିପାଇଁ କୌଣସି ବାସ୍ତୁ ବିଶେଷଜ୍ଞ ପରାମର୍ଶ ନେଲେ ଭଲ । ତେବେ ରାତିରେ ଶୋଇବାବେଳେ କିଛି ବାସ୍ତୁକୁ ନିଜଠାରୁ ଦୂରେଇ ରଖନ୍ତୁ । କାରଣ ବାସ୍ତୁଶାସ୍ତ୍ର ଅନୁସାରେ ଏଗୁଡିକ ନିଦ୍ରାକୁ ପ୍ରଭାବିତ କରନ୍ତି । ତା’ହେଲେ ଆସନ୍ତୁ ସେହିସବୁ ବସ୍ତୁଗୁଡିକ କ’ଣ ଜାଣିନେବା ।
୧- ଶୋଇବାବେଳେ ଭୁଲରେ ବି ନିଜ ପର୍ସ କିମ୍ବା ଔଷଧକୁ ତକିଆ ପାଖରେ ରଖି ଶୁଅନ୍ତୁ ନାହିଁ ।
୨- ଖଟ ପାଖରେ ପାଣି ପତ୍ର ରଖନ୍ତୁ ନାହିଁ ।ଏହାଦ୍ୱାରା ଚନ୍ଦ୍ରମା ଜନିତ ଦୋଷ ଲାଗିଥାଏ ଓ ସ୍ନାୟୁଦୋଷ ଉତ୍ପତ୍ତି ହୋଇଥାଏ ।
୩- ଶୋଇବା ସମୟରେ ପାଖରେ କୌଣସି ଚାବି ରଖନ୍ତୁ ନାହିଁ ।
୪- ମୋବାଇଲ, ଲାପଟପ୍ ଆଦି ମଧ୍ୟ ଖଟ ଉପରେ ରଖନ୍ତୁ ନାହିଁ ।
୫- ତେଲ ବୋତଲ ପାଖରେ ରଖି ଶୁଅନ୍ତୁ ନାହିଁ । ବିଭିନ୍ନ ପ୍ରକାରର କଷ୍ଟକୁ ସାମ୍ନା କରିବାକୁ ପଡିପାରେ ।
୬- ଶୋଇବା ସମୟରେ ପାଖରେ ଆଇନା ରଖନ୍ତୁ ନାହିଁ । ଏହାଦ୍ୱାରା ରୋଗ ବଢିଥାଏ ଏବଂ ଦାମ୍ପତ୍ୟ କଳହ ମଧ୍ୟ ସୃଷ୍ଟି ହୁଏ ।
previous post