ଓଡିଶା

ଶ୍ରେଣୀ ଗୃହରେ ଶିକ୍ଷକଙ୍କ ଆତ୍ମହତ୍ୟା

(ମହାଭାରତ, ନିମାପଡା): ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡା ଅଞ୍ଚଳର ଚାରିଛକ ସ୍ଥିତ ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶ୍ରେଣୀ ଗୃହରେ ଜଣେ ଶିକ୍ଷକ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି । ମୃତ ଶିକ୍ଷକ ଜଣକ ଧୀରପୁର ପଞ୍ଚାୟତ ଜାଗେଶ୍ୱରପୁର ଗାଁର ୪୭ ବର୍ଷିୟ ଆତ୍ରତ୍ରାଣ ସ୍ୱାଇଁ ବୋଲି ଜଣାପଡିଛି । ସେ ଧୀରପୁର ସ୍ଥିତ ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ । ସୂଚନା ଅନୁଯାୟି, ସେ ବୁଧବାର ସକାଳୁ ସ୍କୁଲ ଅ।।ସି ପିଲାମାନଙ୍କ ଅଜାଣତରେ ଏକ ଶ୍ରେଣୀଗୃହରେ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ସାଢେ ୯ଟାରେ ସ୍କୁଲରେ ଅନ୍ୟ ଶିକ୍ଷକ ଓ କର୍ମଚାରୀମାନେ ପହଞ୍ଚି ଶ୍ରେଣୀଗୃହରେ ଶିକ୍ଷକଙ୍କ ମୃତଦେହ ଝୁଲୁଥିବା ଦେଖିଥିଲେ । ଖଣେ ବିଜୁଳୀ ତାର ଯୋଗେ ସେ ଫ୍ୟାନରେ ଫାଶୀ ଦେଇଥିବା ଦେଖାଯାଇଥିଲା । ଏନେଇ ତାଙ୍କ ସାନ ଭାଇ ନିମାପଡା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ଶିକ୍ଷକ ଜଣକ ମାନସିକ ଚାପରେ ଥିବାରୁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

Related posts

ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା

mahabharatanews

ବର୍ଷାରେ ଭିଜିଲା ଟୁଇନ ସିଟି  

mahabharatanews

୧୫୦ରେ ପହଁଚିଲା ପିଆଜ

mahabharatanews

Leave a Comment