Uncategorized

ସଂଘ ପରିବାରର ହିନ୍ଦୁ ରାଷ୍ଟ୍ର ପ୍ରତିଷ୍ଠା ଲକ୍ଷ୍ୟରେ ସିଏଏ ଆୟୁଧ: କେରଳ ମୁଖ୍ୟମନ୍ତ୍ରୀ

ମୁମ୍ବାଇ: ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧରେ ଗର୍ଜିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାଜି ଭିଜୟନ । ସେ ବିଜେପି ନେତୃତ୍ୱାଧୀନ ସରକାର ସିଏଏ ମାଧ୍ୟମରେ ଦେଶକୁ ହିନ୍ଦୁ ରାଷ୍ଟ୍ର କରିବାକୁ ଚେଷ୍ଟା ଚଳାଇଛନ୍ତି । ଏହି ନୂତନ ଆଇନ ସଂଘ ପରିବାରର ଲକ୍ଷ୍ୟ ପୂରଣ କରୁଛି ମାତ୍ର ।

ପିନାରାଜି ଆହୁରି କହିଛନ୍ତି, ବିଟ୍ରିଶା ଶାସନ କ।।ଳରେ ଦେଶରେ ଚାଲିଥିବା ବିଭାଜନ ପରି ସାମ୍ପ୍ରଦାୟିକ ତତ୍ୱମାନେ ଦେଶବାସୀଙ୍କୁ ବିଭାଜନ କରିବାକୁ ଚେଷ୍ଟା ଚଳାଇଛନ୍ତି । ଜାତୀୟ ନାଗରିକ ପଞ୍ଜିକରଣ (ଏନଆରସି) ବିରୋଧରେ ମୁମ୍ବାଇରେ ଚାଲିଥିବା ବିରୋଧ ପ୍ରଦର୍ଶନକୁ ସମ୍ବୋଧନ କରି କେରଳ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରକୁ କଠୋରଭାବେ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ସମ୍ବିଧାନ ଅନୁଯାୟୀ କେରଳ ସରକାର କାର୍ଯ୍ୟ କରୁଛି । କେରଳ ପରି ଅନ୍ୟାନ୍ୟ ରାଷ୍ଟ୍ର ଏହାର ବିରୋଧ କରିବା ଆବଶ୍ୟକ । ସିଏଏ ବ୍ୟକ୍ତି ଅଧିକାର ହନନ କରୁଛି ଓ ଭେଦଭାବପୂର୍ଣ୍ଣ । ଏହା ଭାରତକୁ ହିନ୍ଦୁ ରାଷ୍ଟ୍ରରେ ପରିଣତ କରିବାକୁ ସଂଘ ପରିବାରର ଆୟୁଧ ରୂପେ କାର୍ଯ୍ୟ କରୁଛି । ଏଥିନେଇ ଏହାକୁ ବିରୋଧ କରିବା ଆବଶ୍ୟକ । ସେ ଆହୁରି କହିଛନ୍ତି, ପ୍ରଥମତଃ ସିଏଏ ଆମ ସମ୍ବିଧାନ ବିରୋଧୀ, ଦ୍ୱିତୀୟରେ ଏହା ବେଦଭାବପୂର୍ଣ୍ଣ ଓ ବ୍ୟକ୍ତି ଅଧିକାର ହନନ କରୁଛି, ତୃତୀୟରେ ଏହା ସଂଘ ପରିବାରର ଦର୍ଶନକୁ ଦେଶରେ ଲାଗୁ କରୁଛି । ତେଣୁ ଏହାକୁ ବିରୋଧ କରାଯିବା ଆବଶ୍ୟକ ।

Related posts

ଆତ୍ମଘାତୀ ଆକ୍ରମଣ: ଆଫଗାନିସ୍ତାନରେ ୯ ମୃତ

mahabharatanews

ସମୁଦ୍ର କୂଳରୁ ମିଳିଲା ମୁଦ୍ରାର ଭଣ୍ଡାର

mahabharatanews

ଲୁଗନାକ ଅଞ୍ଚଳରେ ତୁଷାରପାତ: ୨ ଯବାନ ସହିଦ

mahabharatanews

Leave a Comment