(ମହାଭାରତ, ସତ୍ୟବାଦୀ): ପୁରୀ ଜିଲ୍ଲା ସତ୍ୟବାଦୀ ମହୋତ୍ସବ ପୂର୍ବରୁ ବ୍ଲକ ସ୍ତରୀୟ ଛାତ୍ରଛାତ୍ରୀମାନଙ୍କୁ ନେଇ ସଙ୍ଗୀତ, ଚିତ୍ରାଙ୍କନ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ୭୦ଟି ବିଦ୍ୟାଳୟର ୨୨୫ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀମାନଙ୍କୁ ୩ଟି ବର୍ଗରେ ଯଥାକ୍ରମେ ଜୁନିଅର, ସବ୍ ଜୁନିଅର ଓ ସିନିଅର ଭାବେ ବିଭକ୍ତ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ ସତ୍ୟବାଦୀ ଦାଶ ପ୍ରତିଯୋଗିତାକୁ ଉଦ୍ଘାଟନ କରିଥିଲେ । ସତ୍ୟବାଦୀ ମହୋତ୍ସବ କମିଟିର ସଭାପତି ଜାନକୀ ବଲ୍ଲଭ ମିଶ୍ର, ସମ୍ପାଦକ ଜାନକୀ ବଲ୍ଲଭ ବରାଳ, ଦିଲ୍ଲୀପ କୁମାର ମହାନ୍ତି ଓ ଦେବ କିଶୋର ସ୍ୱାଇଁ ଉପସ୍ଥିତ ରହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଆଗକୁ ଆସୁଥିବା ସତ୍ୟବାଦୀ ମହୋତ୍ସବରେ ପୁରସ୍କାର ପ୍ରଦାନ କରାଯିବ ବୋଲି ମହୋତ୍ସବ କମିଟିର ସଂଯୋଜକ ଦୀପକ କୁମାର ଶତପଥୀ କହିଥିଲେ ।
previous post
next post