ଓଡିଶା

ସତ୍ୟବାଦୀରେ ବ୍ଲକ ସ୍ତରୀୟ ଚିତ୍ରାଙ୍କନ, ନୃତ୍ୟ ପ୍ରତିଯୋଗିତା

(ମହାଭାରତ, ସତ୍ୟବାଦୀ): ପୁରୀ ଜିଲ୍ଲା ସତ୍ୟବାଦୀ ମହୋତ୍ସବ ପୂର୍ବରୁ ବ୍ଲକ ସ୍ତରୀୟ ଛାତ୍ରଛାତ୍ରୀମାନଙ୍କୁ ନେଇ ସଙ୍ଗୀତ, ଚିତ୍ରାଙ୍କନ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ୭୦ଟି ବିଦ୍ୟାଳୟର ୨୨୫ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଛାତ୍ରଛାତ୍ରୀମାନଙ୍କୁ ୩ଟି ବର୍ଗରେ ଯଥାକ୍ରମେ ଜୁନିଅର, ସବ୍ ଜୁନିଅର ଓ ସିନିଅର ଭାବେ ବିଭକ୍ତ କରାଯାଇଥିଲା । ବିଦ୍ୟାଳୟର ଶିକ୍ଷକ ସତ୍ୟବାଦୀ ଦାଶ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ । ସତ୍ୟବାଦୀ ମହୋତ୍ସବ କମିଟିର ସଭାପତି ଜାନକୀ ବଲ୍ଲଭ ମିଶ୍ର, ସମ୍ପାଦକ ଜାନକୀ ବଲ୍ଲଭ ବରାଳ, ଦିଲ୍ଲୀପ କୁମାର ମହାନ୍ତି ଓ ଦେବ କିଶୋର ସ୍ୱାଇଁ ଉପସ୍ଥିତ ରହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଆଗକୁ ଆସୁଥିବା ସତ୍ୟବାଦୀ ମହୋତ୍ସବରେ ପୁରସ୍କାର ପ୍ରଦାନ କରାଯିବ ବୋଲି ମହୋତ୍ସବ କମିଟିର ସଂଯୋଜକ ଦୀପକ କୁମାର ଶତପଥୀ କହିଥିଲେ ।

Related posts

ଭାରତୀୟ ମଜଦୁର ସଂଘ ପକ୍ଷରୁ ଶ୍ରମିକମାନଙ୍କୁ ସାହାଯ୍ୟ ଦାବି

mahabharatanews

ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଆସାମର ମହାପୁରୁଷ ଶ୍ରୀମନ୍ତ ଶଙ୍କର ଦେବ ବିଶ୍ୱବିଦ୍ୟାଳୟ ପକ୍ଷରୁ ସମ୍ମାନିତ

mahabharatanews

ବଢୁଛି ତାତି ; ଶିକ୍ଷାନୁଷ୍ଠାନ ପାଇଁ ମାର୍ଗଦର୍ଶିକା ଜାରି 

mahabharatanews