(ମହାଭାରତ): ଦୁନିଆରେ ଏମିତି କିଛି ଅଜବ ଏବଂ ଆକର୍ଷଣୀୟ ଦୃଶ୍ୟ ଅଛି, ଯାହା ଦେଖିଲେ ଆଶ୍ଚର୍ଯ୍ୟ ଲାଗେ । ଏହାର ରହସ୍ୟ ସହଜରେ ବୁଝି ହୁଏ ନାହିଁ । ଏପରି ଏକ ସ୍ଥାନ ହେଉଛି ‘ଲେକ୍ କ୍ୟାଣ୍ଡି’ । କାଜାଖସ୍ତାନରେ ଥିବା ଏହି ହ୍ରଦ ସବୁଠୁ ରହସ୍ୟମୟୀ ତଥା ରୋମାଞ୍ଚକର । କାରଣ ଏଠାକାର ପୂରା ଜଙ୍ଗଲ ହ୍ରଦ ଭିତରେ ହିଁ ରହିଛି । ସାଧାରଣତଃ ଗଛଗୁଡିକ ଭୂମିରେ ଉଠିଥାଏ । କିନ୍ତୁ ଏଠାରେ ହ୍ରଦ ଭିତରେ ବିରାଟ ବିରାଟ ଗଛ ରହିବା ରହସ୍ୟଜନକ ।
କୁହାଯାଏ, ୧୯୧୧ରେ ଏହି ଅଞ୍ଚଳରେ ଭୟଙ୍କର ଭୂକମ୍ପ ହୋଇଥିଲା । ଫଳରେ ଜଙ୍ଗଲଟି ମଧ୍ୟ ଥରି ଉଠିଥିଲା । ସେତେବେଳେ ବଡବଡ ଗଛ ସବୁ ହ୍ରଦ ମଧ୍ୟକୁ ଚାଲିଯାଇଥିଲା । ସେହିଦିନଠାରୁ ସମଗ୍ର ଜଙ୍ଗଲଟି ଝରଣା ମଧ୍ୟରେ ରହିଯାଇଛି । ସମୁଦ୍ରଠାରୁ ୨୦୦୦ ମିଟର ଉପରେ ଥିବା ଏହି ଝରଣା ପାଣି ବହୁତ ଥଣ୍ଡା । ଏହି ସ୍ଥାନ ପର୍ଯ୍ୟଟକଙ୍କୁ ବେଶ ଆକର୍ଷିତ କରେ । ଯେତିକି ରହସ୍ୟମୟ ସେତିକି ମନୋଲୋଭା ।
ଏହା କଜଖସ୍ତାନର ସବୁଠାରୁ ବଡ ସହର ଅଲମାଟିରରୁ ୨୮୦ କିମି ଦୂରରେ ଅବସ୍ଥିତ ଏହି ଜଙ୍ଗଲ । ଏହା ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଭାବେ ମଧ୍ୟ ଜଣାଶୁଣା । ଏଠାକୁ ବହୁତ ସଂଖ୍ୟାରେ ପର୍ଯ୍ୟଟକ ବୁଲିବାକୁ ମଧ୍ୟ ଆସିଥାନ୍ତି । ଶୀତ ଦିନରେ ଏହି ହ୍ରଦରେ ଆଇସ ଡାଇଭିଂ ଏବଂ ମାଛ ଧରିବା ପାଇଁ ବେଶ ପରିଚିତ । ଏହା ରାତି ସମୟରେ ଦେଖିବାକୁ କୌଣସି ଭୟାନକ ସ୍ଥାନ ଠାରୁ କମ୍ ନୁହେଁ ।
previous post