ଓଡିଶା

ସମ୍ପର୍କୀୟ ଦିଅର-ଭାଉଜଙ୍କ ମୃତଦେହ ଉଦ୍ଧାର, ପ୍ରେମ ସମ୍ପର୍କରୁ ଆତ୍ମହତ୍ୟା ସନ୍ଦେହ

(ମହାଭାରତ, କେଉଁଝର): କେଉଁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ନୂଆବନ୍ଧ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ଏହି ଗାଁର ଏକ ଘର ଭିତରୁ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଦ୍ୱୟଙ୍କ ମଧ୍ୟରୁ ଜଣେ ଗାଁର ବିବାହିତା ମହିଳା ପୁଷ୍ପଲତା ନାଏକ ହୋଇଥିବା ବେଳେ ଅନ୍ୟ ଜଣକ ୨୫ ବର୍ଷିୟ ଅବିବାହିତ ଯୁବକ ସଞ୍ଜୟ ନାଏକ । ଦୁହେଁ ସମ୍ପର୍କରେ ଦିଅର ଏବଂ ଭାଉଜ ବୋଲି ଜଣାପଡିଛି । ଦୁହିଁଙ୍କ ମୃତ୍ୟୁର କାରଣ ଏଯାଏ ଅସ୍ପଷ୍ଟ ରହିଛି । ସୂଚନା ଅନୁଯାୟୀ, ସଞ୍ଜୟ ଗତ ରବିବାର ରାତିରେ ଯୋଡାରୁ କାମ ସାରି ବାଟରେ ଡ୍ରେସ କିଣି ଘରକୁ ମାଂସ ଧରି ଫେରିଥିଲେ । ପରେ ଖାଇ ପିଇ ସାଙ୍ଗମାନଙ୍କ ସହ ଶୋଇବାକୁ ଯାଇଥିଲେ । ତେବେ ବିଳମ୍ବିତ ରାତିରେ ତାଙ୍କର ବାନ୍ତି ହୋଇ ମୃତ୍ୟୁ ଘଟିଥିଲା ।
ଅନ୍ୟପଟେ ପୁଷ୍ପଲତା ତାଙ୍କ ଘରେ ନିଜର ୬ ବର୍ଷର ଝିଅ ସହ ଶୋଇଥିଲେ । ସକାଳେ ଉଠିବାରୁ ବିଳମ୍ବ ହେବାରୁ ପଡୋଶୀଙ୍କ ଡାକରେ ତାଙ୍କ ଝିଅ ଉ ଠିଥିଲା । ପରେ ସ୍ଥାନୀୟ ଲୋକେ ପୁଷ୍ପଲତା ମୃତ୍ୟୁବରଣ କରିଥିବା ଦେଖିବାକୁ ପାଇଥିଲେ । ତାଙ୍କ ପାଖରେ ଏକ କୀଟନାଶକ ବୋତଲ ପଡିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ଉଭୟ ପ୍ରେମ ଜନିତ କାରଣରୁ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ସୂଚନା ମିଳିଛି । ଦିଅର ଭାଉଜଙ୍କ ଆତ୍ମହତ୍ୟା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଓ ସେଠାରେ ପଡି ରହିଥିବା କୀଟନାଶକ ବୋତଲକୁ ଜବତ କରିଛି । ଏହି ଘଟଣାରେ ଅଧିକ ତଥ୍ୟ ହାସଲ ପାଇଁ ପୋଲିସ ତଦନ୍ତ ଜାରି ରଖିଛି ।

Related posts

ଆଜିଠୁ ପଶ୍ଚିମ ଦ୍ୱାରରୁ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଭକ୍ତ

mahabharatanews

ସ୍କୁଲ ଖୋଲିବାରେ ଅସୁବିଧା ନାହିଁ: ଏସସିଆରଏସସି

mahabharatanews

ହାତୀ ଆକ୍ରମଣରେ ଚାଲିଗଲା ବନ କର୍ମଚାରୀଙ୍କ ଜୀବନ

mahabharatanews

Leave a Comment