ଓଡିଶା

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ, ଜଳିଗଲା ଧାନ ବସ୍ତା

(ମହାଭାରତ, ଖଲ୍ଲିକୋଟ): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ପାନନୂଆଗାଁରେ ଗତ ସୋମବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ବହୁ ଧାନ ବସ୍ତା ସହ ୪ ପାଳଗଦା ଆଖି ପିଛୁଳାକେ ଜଳି ଯାଇଛି । ବିଦ୍ୟୁୁତ ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କିଛି ଗାଁ ଲୋକଙ୍କ ଖଳା ଦେଇ ଥିବା ୧୧ କେଭି ବିଦ୍ୟୁତ ଖୁଣ୍ଟରେ ସର୍ଟ ସର୍କିଟ ହୋଇଥିଲା । ଫଳରେ ଖଳାରେ ଥିବା ପାଳ ଗଦା ଉପରେ ନିଆଁ ପଡିଥିଲା । ଏହି ନିଆଁ ଆଖି ପିଛୁଳାକେ ନିକଟରେ ନିକଟରେ ଥିବା ପାଳଗଦାକୁ ବ୍ୟାପି ଯାଇଥିଲା । ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସକ୍ଷମ ହୋଇପାରିନଥିଲେ । ଖବର ପାଇଇ ଖଲ୍ଲିକୋଟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିବାରେ ବିଳମ୍ବ ହୋଇଥିଲା । ସେତିକି ବେଳକୁ ସବୁ କିଛି ପୋଡି ପାଉଁଶ ହୋଇଯାଇଥିଲା । ତେବେ ଅଗ୍ନିକାଣ୍ଡରେ କେତେ ପରିମାଣର ଧାନ ପୋଡି ହୋଇଯାଇଛି ତାହା ଏଯାଏ ସ୍ପଷ୍ଟ ହୋଇନାହିଁ ।

Related posts

ସଟ୍ ଡାଉନ୍ ସଫଳ କରିବାକୁ ପୋଲିସର କଡ଼ା କାର୍ୟ୍ୟାନୁଷ୍ଠାନ

mahabharatanews

ଆଜି ନବୀନଙ୍କୁ ଭେଟିବେ ନୀତିଶ 

mahabharatanews

୩ ଶହ ତଳେ ରହିଛି କରୋନା ସଂକ୍ରମଣ; ୨୦୩ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews