ଓଡିଶା

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ, ଜଳିଗଲା ଧାନ ବସ୍ତା

(ମହାଭାରତ, ଖଲ୍ଲିକୋଟ): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ପାନନୂଆଗାଁରେ ଗତ ସୋମବାର ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ବହୁ ଧାନ ବସ୍ତା ସହ ୪ ପାଳଗଦା ଆଖି ପିଛୁଳାକେ ଜଳି ଯାଇଛି । ବିଦ୍ୟୁୁତ ସର୍ଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାଯାଇଛି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କିଛି ଗାଁ ଲୋକଙ୍କ ଖଳା ଦେଇ ଥିବା ୧୧ କେଭି ବିଦ୍ୟୁତ ଖୁଣ୍ଟରେ ସର୍ଟ ସର୍କିଟ ହୋଇଥିଲା । ଫଳରେ ଖଳାରେ ଥିବା ପାଳ ଗଦା ଉପରେ ନିଆଁ ପଡିଥିଲା । ଏହି ନିଆଁ ଆଖି ପିଛୁଳାକେ ନିକଟରେ ନିକଟରେ ଥିବା ପାଳଗଦାକୁ ବ୍ୟାପି ଯାଇଥିଲା । ସ୍ଥାନୀୟ ଲୋକେ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସକ୍ଷମ ହୋଇପାରିନଥିଲେ । ଖବର ପାଇଇ ଖଲ୍ଲିକୋଟ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ ମଧ୍ୟ ନିଆଁକୁ ଆୟତ୍ତ କରିବାରେ ବିଳମ୍ବ ହୋଇଥିଲା । ସେତିକି ବେଳକୁ ସବୁ କିଛି ପୋଡି ପାଉଁଶ ହୋଇଯାଇଥିଲା । ତେବେ ଅଗ୍ନିକାଣ୍ଡରେ କେତେ ପରିମାଣର ଧାନ ପୋଡି ହୋଇଯାଇଛି ତାହା ଏଯାଏ ସ୍ପଷ୍ଟ ହୋଇନାହିଁ ।

Related posts

୫୬ ବର୍ଷ ବୟସରେ ପୂର୍ବତନ ବିଧାୟକ ରବୀନ୍ଦ୍ର ଭୋଇଙ୍କ ପରଲୋକ

mahabharatanews

ଶ୍ରୀଜିଉଙ୍କ ହୋଇପାରିଲାଣି ବନକଲାଗି ନୀତି

mahabharatanews

କାର୍ତ୍ତିକ ପୂଣ୍ଣିମାର ମାହାତ୍ମ୍ୟ

mahabharatanews

Leave a Comment