(ନୂଆଦିଲ୍ଲୀ): ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ସାରା ଦେଶରେ ଆନ୍ଦୋଳନ ଜାରି ରହିଥିବା ବେଳେ କେରଳ ସରକାର ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ଏପରି କରିବାରେ କେରଳ ଦେଶର ପ୍ରଥମ ରାଜ୍ୟ । ତେବେ ପୂର୍ବରୁ ସୁପ୍ରିମକୋର୍ଟରେ ସିଏଏ ବିରୋଧରେ ୬୦ଟି ଆବେଦନ ଦାଖଲ ହୋଇଛି । ଏବେ କେରଳ ସରକାରଙ୍କ ପକ୍ଷରୁ ଆଉ ଏକ ପିଟିସନ ଦାଖଲ ହୋଇଛି । ସିଏଏ ସମ୍ବିଧାନର ଧାରା ୧୪,୨୧ ଓ ୨୫ର ଉଲଙ୍ଘନ କରୁଛି । ଏହାସହ ସମସ୍ତ ଜନସାଧାରଣଙ୍କୁ ସମାନ ଅଧିକାର ଓ ସମ୍ବିଧାନରେ ଥିବା ଧର୍ମନିରପେକ୍ଷତା ଅନୁଶାସନ ଏହାଦ୍ୱାରା କ୍ଷୁର୍ଣ୍ଣ ହେଉଛି ବୋଲି କେରଳ ସରକାର ଏହି ପିଟିସନରେ ଉଲ୍ଲେଖ କରିଛନ୍ତି । ତେବେ ସିଏଏକୁ ନେଇ ଦାଖଲ ହୋଇଥିବା ଅନ୍ୟ ୬୦ଟି ପିଟିସନ ସହ ଏହି ଆବେଦନର ମଧ୍ୟ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏହା ବ୍ୟତୀତ ରାଜ୍ୟ ସରକାର ୨୦୧୫ ପାସପୋର୍ଟ ଆଇନକୁ ମଧ୍ୟ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ।
previous post
next post