(ନୂଆଦିଲ୍ଲୀ): ନାଗରିକତା ସଂଶୋଧନ ଆଇନକୁ ନେଇ ଜନତା ଦଳ ୟୁନାଇଟେଡ (ଜେଡିୟୁ)ର ଉପାଧ୍ୟକ୍ଷ ତଥା ରାଜନୈତିକ ରଣନୀତି ପ୍ରସ୍ତୁତକର୍ତ୍ତା ପ୍ରଶାନ୍ତ କିଶୋର ବାରମ୍ବାର ବିରୋଧ କରିଆସୁଛନ୍ତି । ବିରୋଧ ସତ୍ତେ୍ୱ ସିଏଏ ହଟିବ ନାହିଁ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର କହିଥିଲେ । ଏହାପରେ ବୁଧବାର ଟୁଇଟ କରି ପ୍ରଶାନ୍ତ କିଶୋର ଅମିତ ଶାହଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ସେ ଟୁଇଟ୍ କରି କହିଛନ୍ତି, ସିଏଏକୁ ନେଇ ବିରୋଧ ଓ ମତଭେଦ ଦେଖାଦେଇଥିଲେ ହେଁ ଏହାକୁ ନହଟାଇବାର ଅର୍ଥ ସରକାର ଶକ୍ତିଶାଳୀ ବୋଲି ପ୍ରମାଣିତ ହେଉନାହିଁ । ଯଦି ସିଏଏ, ଏନଆରସିକୁ ବିରୋଧ କରୁଥିବା ଲୋକଙ୍କ ବାବଦରେ ସରକାର ଚିନ୍ତା କରୁନାହାନ୍ତି ତାହେଲେ ଏନଆରସିକୁ କାହିଁକି ଧାରାବାହିକ ଭାବରେ ଲାଗୁ କରୁନାହାନ୍ତି ବୋଲି ପ୍ରଶାନ୍ତ କହିଛନ୍ତି । ସୂଚନାଯୋଗ୍ୟ, ଗତକାଲି ଲକ୍ଷେ୍ନøଠାରେ ସିଏଏ ସମର୍ଥନରେ ବିଜେପି ଆୟୋଜିତ ଏକ ଶୋଭାଯାତ୍ରାରେ ଯୋଗ ଦେଇ ଶାହା କହିଥିଲେ, ସିଏଏକୁ ବିରୋଧ କରି କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡିକ ଭୋଟବ୍ୟାଙ୍କ ହାସଲ ପାଇଁ ମିଛ ପ୍ରଚାର କରୁଛନ୍ତି । କୌଣସି ପରିସ୍ଥିତିରେ କେନ୍ଦ୍ର ସରକାର ଏହି ଆଇନକୁ ପ୍ରତ୍ୟାହାର କରିବେ ନାହିଁ ।
previous post