Uncategorized

ସିଏଏ ବିରୋଧୀ ବିକ୍ଷୋଭକାରୀ ଲକ୍ଷେ୍ନø ଜେଲରୁ ଖଲାସ

ଲକ୍ଷେ୍ନø: ମଙ୍ଗଳବାର ଦିନ ଲକ୍ଷେ୍ନø ଜେଲରୂ କଂଗ୍ରେସ କର୍ମୀ ସଦାଫ ଜାଫର ଓ ପୂର୍ବତନ ଆଇପିଏସ ଅଫିସର ଏସଆର ଦରାପୁରୀ ବାହାରିଛନ୍ତି । ଜଫାର ଜେଲରୁ ବାହରିବା ପରେ ଗଣମାଧ୍ୟମକୁ କହିଛନ୍ତି, ସେ ନାଗରିକତା ସଂଶୋଧନ ଆଇନ (ସିଏଏ)କୁ କେନ୍ଦ୍ର ଫେରସ୍ତ ନ ନେବା ପର୍ଯ୍ୟନ୍ତ ସେ ତାଙ୍କ ବିରୋଧ ଜାରି ରଖିବେ ବୋଲି କହିଛନ୍ତି । ଜେଲ ଯିବା ଓ ପୁଲିସ ମାଡର ଶିକାର ହେବା ଭୟ ଏବେ ଶେଷ ହୋଇଛି, ସେଥିଲାଗି ଯୋଗୀ ଆଦିତ୍ୟ ନାଥଙ୍କୁ ଧନ୍ୟବାଦ । ତେବେ ଏହି ଅମାନବୀୟ ଆଇନ ବିରୋଧରେ ସେ ତାଙ୍କ ବିରୋଧ ଆହୁରି ଦୃଢତାର ସହ ଜାରି ରଖିବେ ବୋଲି ଜଫାର କହିଛନ୍ତି ।

ଲକ୍ଷେ୍ନø ସେସନ କୋର୍ଟ ଶନିବାର ଦିନ ଜଫାରଙ୍କ ସମେତ ଅନ୍ୟ ୧୩ ଜଣ ସିଏଏ ବିରୋଧୀ ପ୍ରଦର୍ଶନକାରୀଙ୍କୁ ଜାମିନ ପ୍ରଦାନ କରାଯାଇଥିଲା । ଏମାନଙ୍କୁ ପ୍ରତ୍ୟେକ ୫୦ ହଜାର ଟଙ୍କା ମୁଚାଲିକାରେ ଜାମିନ ପ୍ରଦାନ କରାଯାଇଥିଲା । ଏହାକୁ ନେଇ ପୂର୍ବରୁ କଂଗ୍ରେସ ସାଧ।।ରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଯୋଗୀ ସରକାରକୁ ତୀବ୍ର ସମାଲୋଚନା କରିଥିଲେ । ଦେଶର ବିଭିନ୍ନ ପ୍ରାନ୍ତରେ ସିଏଏ ବିରୋଧରେ ବିକ୍ଷୋଭ, ପ୍ରଦର୍ଶନ ଜାରି ଥିବା ବେଳେ ଯୋଗୀ ସରକାର ବିଷୟ ହୀନ ଅଭିଯୋଗ ଅଧାରରେ ଜଫାର ଓ ଅନ୍ୟମାନଙ୍କୁ ଗିରଫ କରିଛି ବୋଲି ପ୍ରିୟଙ୍କା ଅଭିଯୋଗ କରିଥିଲେ ।

Related posts

ଅଡୁଆରେ ଜଗନ ମୋହନ, ହତ୍ୟା ଅଭିଯୋଗ ଆଣିଲେ ଭଉଣୀ

mahabharatanews

ପ୍ରଦୂଷଣମୁକ୍ତ ଫଳ

mahabharatanews

ଏମଏସପି ଆଇନ ଅନ୍ତର୍ଭୁକ୍ତ ହେଲେ ଚାଷୀ କ୍ଷତି ସହିବେ: କେନ୍ଦ୍ର

mahabharatanews

Leave a Comment