Uncategorized

ସିଏଏ ଭାରତର ଆଭ୍ୟନ୍ତରିଣ ବ୍ୟାପାର: ଚୀନ

କୋଲକାତା: ନାଗରିକତା ସଂଶୋଧନ ଆଇନ ମୁସଲିମଙ୍କ ପ୍ରତି ଉତ୍ପୀଡନ ବୋଲି ପାକିସ୍ତାନ କହିଥିବା ବେଳେ କିନ୍ତୁ ପାକିସ୍ତାନର ବନ୍ଧୁ ଦେଶ ଚୀନ ଏ ପ୍ରସଙ୍ଗରେ ଟିପ୍ପଣୀ ଦେବାକୁ ସ୍ପଷ୍ଟ ମନା କରିଦେଇଛି । କୋଲକାତାରେ ଚୀନର କାଉନସିଲ ଜେନେରାଲ ଝା ଲିୟୋଉ କହିଛନ୍ତି, ଏହା ଭାରତର ଅଭ୍ୟନ୍ତରୀଣ ମାମଲା । ତେଣୁ ଏହା ଉପରେ କୌଣସି ଟିପ୍ପଣୀ ଦେବା ଉଚିତ ହେବ ନାହିଁ । ନାଗରିକତା ସଂଶୋଧନ ଆଇନ ଭାରତର ନିଜସ୍ୱ ପ୍ରସଙ୍ଗ । ଭାରତର ଆଇନ ଉପରେ ସଂଶୋଧନ କରିବାର ଅଧିକାର ଭାରତର ରହିଛି । ତେଣୁ ଏହା ଉପରେ ଆମର କିଛି କହିବା ଉଚିତ୍ ହେବ ନାହିଁ । ଲିୟୋଉ ଆହୁରି କହିଛନ୍ତି, ଭାରତ ଓ ଚୀନ ମଧ୍ୟରେ ସୁସମ୍ପର୍କ ରହିଛି ।

ଗତ ସପ୍ତାହରେ ସଂସଦରେ ଗୃହୀତ ହୋଇଥିବା ଏହି ଅଳଇନର ବିରୋଧରେ ପୂର୍ବୋତ୍ତର ରାଜ୍ୟ ସମେତ ଦିଲ୍ଲୀ ଓ ଅନ୍ୟ ଅଞ୍ଚଳରେ ବିରୋଧ ପ୍ରଦର୍ଶନ ହେଉଛି । କଂଗ୍ରେସ ସମେତ କିଛି ବିରୋଧୀ ଦଳ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟି ଏହି ଅ ।ଇନକୁ ଫେରାଇ ନେବା ପାଇଁ ଦାବି କରିଥିଲେ ।
ସୂଚନାଯୋଗ୍ୟ ଏହି ଅ ।ଇନରେ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନରେ ଧାର୍ମିକ ଆଧାରରେ ଉତ୍ପୀଡନର ଶିକାର ହେଉଥିବା ହିନ୍ଦୁ, ଶିଖ, ବୌଦ୍ଧ, ପାର୍ସି ଓ ଖ୍ରୀଷ୍ଟିଅ ।ନ ସଂପ୍ରଦାୟର ଲୋକଙ୍କୁ ଭାରତର ନାଗରିକତା ଦେବାର ବ୍ୟବସ୍ଥା ଅଛି । ଗତ ସପ୍ତାହରେ ସଂଯୁକ୍ତ ରାଷ୍ଟ୍ର ସଂଘର ମାନବାଧୀକାର ସଂସ୍ଥା ନାଗରିକତା ସଂଶୋଧନ ଆଇନକୁ ନିନ୍ଦା କରିଥିଲେ । ସେ କହିଥିଲେ ଯେ, ଏହା ମତଭେଦ ସୃଷ୍ଟି କରିବ । ପାକିସ୍ତାନ ମଧ୍ୟ ଏହାକୁ ମୁସଲିମଙ୍କ ପ୍ରତି ଉତ୍ପୀଡନ କହିବା ସହ ପାକିସ୍ତାନରେ ଅଣମୁସଲିମଙ୍କ ପ୍ରତି ହେଉଥିବା ଉତ୍ପୀଡନ ଓ ସଂଖ୍ୟା ହ୍ରାସ ହେଊଥିବା ଅଭିଯୋଗକୁ ପାକିସ୍ତାନ ଖଣ୍ଡନ କରିଥିଲା ।

Related posts

ହାତୀ ମୃତ୍ୟୁ ଘଟଣା: କେରଳ ସରକାରକୁ କେନ୍ଦ୍ରର ଜବାବ ତଲବ

mahabharatanews

ଦେଶରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୧୩୧୮୬୮

mahabharatanews

ଶିରିଡି ନ ଆସିବାକୁ ସାଇବାବା ସଂସ୍ଥାନ ଟ୍ରଷ୍ଟର ନିବେଦନ

mahabharatanews

Leave a Comment