(ନୂଆଦିଲ୍ଲୀ): ନାଗରିକତା ସଂଶୋଧନ ଆଇନକୁ ଦେଶବାସୀ ସମର୍ଥନ ଜଣାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଅଭିଯାନ ଆରମ୍ଭ ଆରମ୍ଭ କରିଛନ୍ତି । ଏହି ଅଭିଯାନକୁ ସେ ସୋସିଆଲ ମିଡିଆ ଟ୍ୱିଟର ଜରିଆରେ ଟ୍ୱିଟ୍ କରି ଆରମ୍ଭ କରିଛନ୍ତି । ୰ଇଣ୍ଡିଆ ସପୋର୍ଟସ ସିଏଏ ପ୍ରୟୋଗ କରି ଏହି ଅଭିଯାନକୁ ସମର୍ଥନ କରିବା ପାଇଁ ସେ ଦେଶବାସୀଙ୍କୁ ଅପିଲ କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯେ, ଭାରତ ନାଗରିକତା ସଂଶୋଧନ ଆଇନର ସମର୍ଥନ କରୁଛି । କାରଣ ଏହି ଆଇନ ଅନ୍ୟ ଦେଶର ସଂଖ୍ୟାଲଘୁ ତଥା ନିଷ୍ପେସିତ ଶରଣାର୍ଥୀମାନଙ୍କୁ ଭାରତର ନାଗରିକତ୍ୱ ଦେବ । ଏହା କାହାର ନାଗରିକତ୍ୱ ଛଡାଇବ ନାହିଁ । ତେଣୁ ଏହି ଆଇନକୁ ସମର୍ଥନ କରିବା ପାଇଁ ହାଚଟ୍ୟାଗ ପ୍ରୟୋଗ କରନ୍ତୁ ବୋଲି ମୋଦି ଦେଶବାସୀଙ୍କୁ ଅପିଲ କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ଏଭଳି ଟ୍ୱିଟ୍ ପରେ ଶାସକ ଦଳ ବିଜେପି ଏହି ଆଇନକୁ ନେଇ ଅଭିଯାନ ଆରମ୍ଭ କରିଛି । ବିରୋଧୀଙ୍କ ଚାପରେ ମୋଦି ଦବି ନଯିବା ପାଇଁ ଏଭଳି ଅଭିଯାନ ଆରମ୍ଭ କରିଥିବା କୁହାଯାଉଛି । ସୂଚନାଯୋଗ୍ୟ, ସିଏଏକୁ କଂଗ୍ରେସ, ଟିଏମସି ସମେତ ବହୁ ବିରୋଧୀ ଦଳ ଏହାକୁ ବିରୋଧ କରୁଛନ୍ତି । ଦିଲ୍ଲୀ, ୟୁପି, ପଶ୍ଚିମବଙ୍ଗ, ବିହାର, ଆସାମରେ ଏହି ଆଇନକୁ ଜୋରଦାର ବିରୋଧ କରାଯାଇଛି । ଏପରିକି ଉତ୍ତରପ୍ରଦେଶରେ ଏହି ଆଇନକୁ ନେଇ ହୋଇଥିବା ହିଂସାକାଣ୍ଡରେ ୧୯ ଜଣ ପ୍ରାଣ ହରାଇଥିବା ଜଣାଯାଇଛି ।