Uncategorized

ସିଏଏ ସମ୍ବନ୍ଧୀୟ ତଥ୍ୟ ସଂଗ୍ରହ ସନ୍ଦେହ

(କୋଟା): ନାଗରିକତା ସଂଶୋଧନ ଆଇନ (ସିଏଏ) ବାବଦରେ ତଥ୍ୟ ସଂଗ୍ରହ କରୁଥିବା ସନ୍ଦେହ କରି ରାଜସ୍ଥାନରେ ଜଣେ ମହିଳା ସ୍ଥାନୀୟ ଲୋକଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ନଜୀରାନ ବାଡୋ ନାମକ ଜଣେ ମହିଳା ୨୦୧୯-୨୦ ଜନଗଣନା ପାଇଁ ରାଜସ୍ଥାନର କୋଟାରେ ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରୁଥିଲେ । ଏହି ସମୟରେ କିଛି ଲୋକ ତାଙ୍କୁ ଆକ୍ରମଣ କରିଥିଲେ । ସିଏଏକୁ ନେଇ ସରକାର ପ୍ରତି ଘରୁ ତଥ୍ୟ ସଂଗ୍ରହ କରିବା ଆରମ୍ଭ କରିଦେଇଥିବା ସନ୍ଦେହ କରି ଲୋକମାନେ ଉକ୍ତ ମହିଳାଙ୍କୁ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକେ ତାଙ୍କ ମୋବାଇଲ ଛଡାଇ ନେବା ସହ ଆପ୍ ଜରିଆରେ ଜନଗଣନା ପାଇଁ ସଂଗ୍ରହ କରିଥିବା ତଥ୍ୟକୁ ମଧ୍ୟ ଡିଲେଟ କରିଦେଇଛନ୍ତି । ତେବେ ମହିଳା ଜଣକ ମୁସଲିମ ବୋଲି ନିଜର ପରିଚୟ ଦେବାରୁ ଲୋକମାନେ ତାଙ୍କୁ ଛାଡି ଦେଇଥିଲେ । ପୋଲିସ ଏହି ଘଟଣାରେ ଜଣକୁ ଗିରଫ କରିଛି । ସେହିପରି ପଶ୍ଚିମବଙ୍ଗରେ ଗୁଗୁଲ ଇଣ୍ଡିଆ ଓ ଟାଟା ଟ୍ରଷ୍ଟର ଡିଜିଟାଲ ସାକ୍ଷରତା ସର୍ଭେ କରୁଥିବା ଜଣେ ଯୁବତୀଙ୍କୁ ମଧ୍ୟ ସମାନ କାରଣ ପାଇଁ ସ୍ଥାନୀୟ ଲୋକଙ୍କ ରୋଶର ଶୀକାର ହେବାକୁ ପଡିଛି । ଚୁମକି ଖାତୁନ ନାମକ ୨୦ ବର୍ଷିୟା ଯୁବତୀ ଏନଆରସି ଓ ସିଏଏ ପାଇଁ ତଥ୍ୟ ସଂଗ୍ରହ କରୂଥିବା ସନ୍ଦେହ କରି ସ୍ଥାନୀୟ ଲୋକେ ତାଙ୍କୁ ମାଡ ମାରିବା ସହ ତାଙ୍କ ଘରେ ନିଆଁ ଲଗାଇ ଦେଇଛନ୍ତି ।

Related posts

ବିପୁଳ ପରିମାଣର ନିଶା ଔଷଧ ଜବତ, ୪ ବେପାରୀ ଗିରଫ

mahabharatanews

ସମୁଦ୍ର କୂଳରୁ ମିଳିଲା ମୁଦ୍ରାର ଭଣ୍ଡାର

mahabharatanews

ଡବ୍ଲୁଏଚଓରୁ ଓହରିଲା ଆମେରିକା

mahabharatanews

Leave a Comment