ଓଡିଶା

ପୂର୍ଵତନ ବିଧାୟକଙ୍କ ପରଲୋକ

(କେନ୍ଦୁଝର): କେନ୍ଦୁଝରଜିଲ୍ଲା ସାହାରପଡାବ୍ଳକ ହଳଦି ବଟ ପୂର୍ଵତନ ବିଧାୟକ ଗୌରହରି ନାଏକ ଦୀର୍ଘଦିନରୁ ସ୍ୱାସ୍ଥ୍ୟ ଅସୁସ୍ଥତା ଥିବା ହେତୁ ଗତକାଲି ରାତିରେ ତାଙ୍କ ନିଜ ବାସ ଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ସେ ଜଣେ କାର୍ୟ୍ୟରତ ସୌନିକ ବିଭାଗର କର୍ମଚାରୀ ଥିଲେ । ଅବସର ପରେ ବିଜେପିର ବିଧାୟକ ଭାବେରେ ପାଟଣାବ୍ଳକ ର ବିଧାୟକ ଭାବେରେ ୨୦୦୦ ରୁ ୨୦୦୯ ପର୍ୟ୍ୟନ୍ତ ଦଶ ବର୍ଷ ଧରି ଜନସାଧାରଣ ସେବା କରି ଆସିଥିଲେ । ବର୍ତମାନ ଜିଲ୍ଲା ବିଜେପିର ଉପସଭାପତି ରୂପେ କାର୍ୟ୍ୟରତ ଥିଲେ ! ଏହି ଶୋକାକଳ ଛାୟା ଭିତରେ ତାଙ୍କୁ ବିଜେପିର ମାନ୍ୟମାନ୍ୟ ନେତା ପୂର୍ବତନ ଏମ.ପି ଅନନ୍ତ ଚରଣ ନାୟକ,ଜାତୀୟ ଚୟନ କମିଟି ର ସଦସ୍ୟ କୌଲାସ ନାଏକ,ବିଜେପି ର ଜିଲ୍ଲା ସଭାପତି ସବୁଜ ମହାନ୍ତ ବର୍ମା, ଝୁମ୍ପୁରା ବ୍ଲକ ଉପଅଧ୍ୟକ୍ଷା ବିଜୟଲକ୍ଷ୍ମୀ ପାତ୍ର,ଧର୍ମ ଜାଗରଣ ସଂଯୋଜକ ବିରଞ୍ଚି କୁମାର ମହାନ୍ତ, ବିଜେଡିର ପୂର୍ଵତନ ବିଧାୟକ ହୃଷିକେଶ ନାଏକ,ସ୍ୱୈରୀ ନାଏକ, ବାବି ସାହୁ ତଥା ସାହାରପଡା ତହସିଲଦାର ଲମ୍ବୁଧର ଖୁଣ୍ଟିଆ ଅନ୍ୟାନ୍ୟ ଦଳ ନେତା ତଥା ଗ୍ରାମବାସୀ ମାନେ ଶେଷ ଦର୍ଶନ କରିଥିଲେ ।

Related posts

କରୋନା ପାଇଁ ପୂଜାର୍ଚ୍ଚନା

mahabharatanews

ଅଶୋକ ପଟ୍ଟନାୟକଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ଓସ୍ଜା ସ୍ମରଣିକା ଉନ୍ମୋଚିତ

mahabharatanews

୨୦୨୪ ରଥଯାତ୍ରାରେ ଖୋଲିବ ରତ୍ନଭଣ୍ଡାର !

mahabharatanews