Uncategorized

ସିଫା ଲକ୍କଡୱାଲାଙ୍କୁ କ୍ଲିନ ଚିଟ୍

(ମହାଭାରତ, ମୁମ୍ବାଇ): ଗ୍ୟାଙ୍ଗଷ୍ଟର ଇଜାଜ ଲକ୍କଡୱାଲାର ଝିଅ ସିଫା ଲକ୍କଡୱାଲାଙ୍କୁ ବଟି ଆଦାୟ ମାମଲାରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ପୋଲିସ ପକ୍ଷରୁ କ୍ଲିନ ଚିଟ୍ ମିଳିଛି । ତେବେ ତାଙ୍କ ବିରୋଧରେ ଦାଏର ହୋଇଥିବା ଅନ୍ୟ ଏକ ମାମଲା ଏବେ ବିଚାରାଧିନ ରହିଛି । ମାମଲାର ତଦନ୍ତ ବେଳେ ପୋଲିସ ତାଙ୍କ ବାପା ଇଜାଜ୍ର ଏଥିରେ ସମ୍ପୃକ୍ତି ଥିବା ଜାଣିବାକୁ ପାଇଥିଲା । ଫଳରେ ମଙ୍ଗଳବାର କ୍ରାଇମବ୍ରାଞ୍ଚ ପୋଲିସ ତାଙ୍କୁ କ୍ଲିନ ଚିଟ୍ ଦେଇଛି । କ୍ରାଇମବ୍ରାଞ୍ଚ ଆଇନ ଅନୁଯାୟୀ କୌଣସି ଅଭିଯୁକ୍ତ ଏସପି ବା ତାଙ୍କ ସମକକ୍ଷ ଅଧିକାରୀଙ୍କ ସାମ୍ନାରେ ନିଜର ଦୋଷ ସ୍ୱୀକାର କଲେ ତାକୁ କୋର୍ଟରେ ଉପସ୍ଥାପନ କରାଯାଇପାରିବ । ଇଜାଜ ବଟି ଆଦାୟ ମାମଲାର ତଦନ୍ତ ବେଳେ ନିଜେ ସମ୍ପୃକ୍ତ ଥିବା ସ୍ୱୀକାର କରିଥିଲା । ଏଣୁ ପୋଲିସ ତାଙ୍କ ଝିଅ ସିଫାକୁ ଏହି ମାମଲାରେ କ୍ଲିନ ଚିଟ୍ ଦେଇଛି । ସୂଚନାଯୋଗ୍ୟ, ପୂର୍ବରୁ ସିଫାଙ୍କ ନାଁରେ ପାସପୋର୍ଟକୁ ନେଇ ଏକ ମାମଲା କ୍ରାଇମବ୍ରାଞ୍ଚ କୋର୍ଟରେ ବିଚାରାଧିନ ରହିଛି ।

Related posts

ଦିଲ୍ଲୀ ମୁହାଁ ପଙ୍ଗପାଳ

mahabharatanews

ଉନ୍ନାଓ ପୀଡିତା ବାପାଙ୍କୁ ହତ୍ୟା ମାମଲା, ସେନଗାର ଦୋଷୀ ସାବ୍ୟସ୍ତ

mahabharatanews

କୋରୋନା ଆତଙ୍କ: ଇଟାଲୀରେ ୨୦୦ ଟପିଲା ମୃତ୍ୟୁ ସଂଖ୍ୟା

mahabharatanews