Uncategorized

ସୁପ୍ରିମ କୋର୍ଟ ପରିସରରେ ସମ୍ବିଧାନ ମୁଖବନ୍ଧ ପାଠ

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟଙ୍କ ଏକ ଓକିଲ ଦଳ କୋର୍ଟ ଲନରେ ଜାତୀୟ ସଂଗୀତ ଗାନ କରିବା ସହ ସମ୍ବିଧାନର ମୁଖବନ୍ଧ ପାଠ କରିଛନ୍ତି । ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ଓ କାମିନି ଜଏସୱାଲଙ୍କ ପରି କିଛି ଓକିଲ ଲୋକଙ୍କୁ ସମ୍ବିଧାନର ମୂଲ୍ୟ ବୁଝାଇବାକୁ ଯାଇ ସମ୍ବିଧାନର ମୁଖବନ୍ଧ ପାଠକରିବାର କିଛି ଦିନ ପରେ ଆଜି ଏପରି କରିଛନ୍ତି । ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଓକିଲମାନେ ସମ୍ବିଧାନର ମୁଖବନ୍ଦପାଠ କରିଛନ୍ତି । ଏହି ଆଇନ ପାକିସ୍ତାନ, ଆଫଗାନିସ୍ତାନ, ବାଙ୍ଗଲାଦେଶରୁ ୨୦୧୪ ଡିସେମ୍ବର ୩୧ ମଧ୍ୟରେ ଆସିଥିବା ହିନ୍ଦୁ, ପାରସି, ଖ୍ରୀଷ୍ଟିଆନ, ବୌଦ୍ଧ, ଶିଖ, ଜୈନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବ ।

Related posts

ସିନେମା ପରଦାରେ ଦାଦାଙ୍କ ବାୟୋପିକ

mahabharatanews

ୱାଇ. ବି ଖୁରାନିଆ ହୋଇପାରନ୍ତି ପରବର୍ତ୍ତୀ ଡିଜିପି !

mahabharatanews

କୋରୋନା ସମ୍ପର୍କିତ ମିଥ୍ୟା ଖବର ଉପରେ ରୋକ୍ ଲଗାଇବାକୁ ଫେସବୁକର ଉଦ୍ୟମ

mahabharatanews