ଓଡିଶା

ସ୍ୱାଭିମାନ ଅଚଂଳରେ ଆଦିବାସୀ ମହିଳା ଆରମ୍ଭ କଲେ ପୁଷ୍ଟିକର ବଗିଚା

(ସୂର୍ୟ୍ୟକାନ୍ତ ବେହେରା, ମାଲକାନଗିରି): ଆଦିବାସୀ ଅଧ୍ୟୁଷତି ମାଲକାନଗିରି ଜିଲ୍ଲାରେ ପୁଷ୍ଟିହିନତା ଯୋଗୁଁ ପ୍ରତିବର୍ଷ ବହୁସଂଖ୍ୟାରେ ଗର୍ଭବତୀ ଓ ପ୍ରସୂତୀ ମହିଳା,ଶିଶୁମାନେ ମୃତ୍ୟୁ ମୁଖରେ ପଡିଥାନ୍ତି । ଏହାକୁ ରୋକିବା ପାଇଁ ମାଲାକନଗିରି ଜିଲ୍ଲାପ୍ରଶାସନ ପକ୍ଷରୁ ଅଭିନବ ଉପାୟ ଚିନ୍ତାକରାଯାଇ ପରୀକ୍ଷା ମୁଳକ ଭାବେ ମହିଳାସ୍ୱୟଂସହାୟକ ଗୋଷ୍ଠି ଓ ଗ୍ରାମର ମହିଳା ଚାଷୀମାନଙ୍କୁ ନେଇ ପୁଷ୍ଟିକର ବଗିଚା ଆରମ୍ଭ କରାଯାଇଛି । ଜିଲ୍ଲାପାଳ ମନୀଷଅଗ୍ରଓ୍ୟାଲଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାଗ୍ରାମ୍ୟଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ବାଳମୁକୁନ୍ଦ ଭୂୟାଁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜୀବିକା ମିଶନ ଓ ହର୍ଷ୍ୟଟ୍ରଷ୍ଟ ସଂସ୍ଥାଦ୍ୱାରା ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଚଂଳରେ ମହିଳାମାନେ ଆରମ୍ଭ କରିଛନ୍ତି ପୁଷ୍ଟିକରବଗିଚା । ଏହା ଦ୍ୱାରା ସ୍ୱାଭିମାନ ଅଚଂଳରେ ୩୦୦ରୁ ଉର୍ଦ୍ଦ ଆଦିବାସୀ ପରିବାରଙ୍କୁ ସାମିଲ କରାଯାଇ ସେମାନଙ୍କ ବାଡି ବଗିଚାରେ ସ୍ୱତନ୍ତ୍ର ଭିନ୍ନଶୈଳିରେ ବୃତାକାର, ବର୍ଗାକାର, ଆୟତକାର ଜମିକୁ ସମତୁଳ କରାଯାଇ ସେଥିରେ ୧୪ପ୍ରକାର ପନିପରିବା ସହ ଅମୃତଭଣ୍ଡା, କଚାଂକଦଳୀ, ସଜନା ଛୁଇଁ, ଲେମ୍ବୁ ଆଦି ଫଳଗଛ ଲଗାଯିବା ପାଇଁ ଯୋଜନା ରହିଛି । ଆଜି ସ୍ୱାଭିମାନ ଅଚଂଳ ମାଓପ୍ରବଣ ବଡପଡା ପଚାଂୟତରେ ମହିଳା ଚାଷୀମାନଙ୍କ ଦ୍ୱାରା ଏହି ପୁଷ୍ଟିକର ବଗୀଚାର ଶୁଭାରମ୍ଭ ହୋଇଛି । ଏହି କାର୍ୟ୍ୟକ୍ରମରେ ଚିତ୍ରକୋଣ୍ଡା ବିଡିଓ ଲରିମନ ଖୋସଲା, ଓଡିଶା ଜିବୀକା ମିଶନର ପବିତ୍ର ମୋହାନ ବାରା, ସମାଜ ସେବୀ ବିନାଶ କୁମା ମିଶ୍ର ଓ ବୈଷୟିକ ତାଲିମ ଦଦତା ଭାବେ ହର୍ଷ୍ୟ ଟ୍ରଷ୍ଟର ଅଧିକାରୀ ଦିବ୍ୟସିଂ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ମହିଳା ଚାଷୀମାନଙ୍କୁବ ପୁଷ୍ଟିକର ବଗୀଚାର ପରିଚାଳନା ଓ ତାର ଉପକାରିତା ସଂପର୍କରେ କହିଥିଲେ । ଜିଲ୍ଲାଜିବୀକା ମିଶିନ ଜିଲ୍ଲାରେ ଅପପୁଷ୍ଟି ରୋକିବା ପାଇଁ ମହିଳା ସ୍ୱୟଂସହାୟକ ଗୋଷ୍ଟି ଓ ଗ୍ରାମର ମହିଳା ଓ ଯୁବତୀମାନଙ୍କୁ ନେଇ ଆଚଂଳିକ ମଚଂଗଠନ କରାଯାଇ.କୃଷିମିତ୍ର, ପ୍ରାଣୀମିତ୍ର, ତାଲିମ ଦିଆଯାଇ ସେମାନଙ୍କୁ ମାଗଣାରେ ୧୪ପ୍ରକାରର ପନିପରିବା ମଜିଂ, ୪ପ୍ରକାର ଫଳଚାରା ଓ ଜୈବିକ ସାର ଯୋଗାଇ ଦିଆଯାଇଛି । ଏହି ପୁଷ୍ଠିକର ବଗୀଚା ଦ୍ୱାରା ଜିଲ୍ଲାର ୭୫୦୦ପରିବାର ଉପକୃତ ହୋଇପାରିବେ । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଏହା ଏକ ନୁଆ କାର୍ୟ୍ୟକ୍ରମ, ଆମେ ସାଧାରଣତ ଜମିରେ ଧାନ, ମାଣ୍ଡିଆ, ମକା ଚାଷକରିଥାଉ ପନିପରିବା, ଫଳ ବଗିଚା ପ୍ରତି ଗୁରୁତ୍ୱ ଦେଇ ନ ଥାଉ, ଏବେ ନିଜ ବାଡିବଗିଚାରେ ଥିବା ଅଳ୍ପଜମିରେ ପୃଷ୍ଠିକର ବଗୀଚା ତିଆରି କରି ଅନେକ ପ୍ରକାର ପନିପରିବା ଫଳ ଗଛ ଲଗାଯାଇ ସେଥିରେ ରାସୟନିକ ସାରବଦଳରେ ଘରେ ଥିବା ଗୋବର, ଖତ ଜୈବିକ ସାର ଦ୍ୱାରା ଆମେ ଭଲପନିପରିବା ଫସଲ ଅମଳକରି ବଜାରରେ ବିକ୍ରି କରି ଦୁଇପଇସା ପାଇ ରୋଜଗାରକ୍ଷମ ହେବା ସହିତ ନିଜେ ଏହାକୁ ଖାଇ ପୁଷ୍ଟିହିନତା ଓ ରକ୍ତହିନତା ଶିକାରରୁ ରକ୍ଷାପାଇପାରିବୁ ବୋଲି ସ୍ୱାଭିମାନ ଅଚଂଳର କିଛି ମହିଳାଚାଷୀମାନେ ଖୁସି ହୋଇ କହିଥିଲେ ।

Related posts

ରାଇରଙ୍ଗପୁର ଷ୍ଟାଡିୟମରେ ବ୍ଳକ ସ୍ତରୀୟ ଗ୍ରାମାଞ୍ଚଳ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ସୁଦର୍ଶପୁର ପଞ୍ଚାୟତ ଟିମ୍ ଚମ୍ପିୟାନ

mahabharatanews

୨୨ ଲକ୍ଷ ଟଙ୍କାରେ ୩୧ କ୍ୱିଣ୍ଟାଲର ଲଡ଼ୁ

mahabharatanews

 ହାତୀ ଆକ୍ରମଣରେ ଗଲା ୨ଜୀବନ

mahabharatanews