Uncategorized

ପୁଣି ଚୀନରେ ଲକଡାଉନ

ବେଜିଂ: ପ୍ରାୟ ଏକ ମାସ ଆଗରୁ ଚୀନର ଉହାନରେ ଜୀବନ ଯାତ୍ରା ସ୍ୱାଭାବିକ ହୋଇଥିଲା । ଚୀନରେ ନୂତନ କରୋନା ଚିହ୍ନଟ ନ ହେବା ପରେ ଦେଶରୁ ସମସ୍ତ କଟକଣା ଉଠାଇନେଇଥିଲେ । କିନ୍ତୁ ଏବେ ପୁଣି ଚୀନରେ କରୋନା ସଂକ୍ରମଣ ଦେଖାଦେଇଛି । ତେଣୁ ବେଜିଂ ଜିଲାରେ ଜରୁରୀ ପରିସ୍ଥିତି ଜାରି କରାଯାଇଛି। ସ୍ଥାନୀୟ ସିନ୍‌ଫାଦି ହୋଲ୍‌ସେଲ୍‌ ବଜାର ଓ ଜିଙ୍ଗସେନ୍‌ ସାମୁଦ୍ରିକ ଖାଦ୍ୟ ବଜାରକୁ ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଛି। ସମସ୍ତ ଖେଳ, ପର୍ୟ୍ୟଟନ ଓ ଅନ୍ୟାନ୍ୟ କାର୍ୟ୍ୟକ୍ରମ ବାତିଲ କରାଯିବା ସହ ସମ୍ପୂର୍ଣ୍ଣ ଲକଡାଉନ ଜାରି ହୋଇଛି ।
ହୋଲ୍‌ସେଲ୍‌ ମାର୍କେଟ ଅଞ୍ଚଳରେ ୪୫ ଜଣଙ୍କର ରିପୋର୍ଟ ପଜିଟିଭ୍‌ ଆସିଛି। ଶୁକ୍ରବାର ବେଜିଂରେ ୬ ସ୍ଥାନୀୟ ସଂକ୍ରମିତଙ୍କ ସହ ମୋଟ ୧୧ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିଲା। ସଂକ୍ରମିତମାନେ ସିନ୍‌ଫାଦି ବଜାର ଯାଇଥିବାବେଳେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ତେଣୁ ସରକାର ଉକ୍ତ ବଜାରରୁ ସମସ୍ତ ମାଂସ ରପ୍ତାନି ବନ୍ଦ ରଖିଛି। ନିକଟସ୍ଥ ପରିବା ବଜାରକୁ ମଧ୍ୟ ସାମୟିକ ଭାବେ ବନ୍ଦ କରିଦିଆଯାଇଛି। ବଜାର ଅଞ୍ଚଳର ସମସ୍ତଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ପଦକ୍ଷେପ ନିଆଯାଇଛି। ଶିକ୍ଷାନୁଷ୍ଠାନ ଖୋଲିବାକୁ ସ୍ଥଗିତ ରଖାଯାଇଛି।

Related posts

ଷ୍ଟେସନରେ ଠିଆ ହୋଇଥିବା ଟ୍ରେନ୍‌ରେ ଭୟାବହ ଅଗ୍ନିକାଣ୍ଡ

mahabharatanews

ଦେଶରେ ୧୦ ଲକ୍ଷ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଭିତ୍ତିଭୂମି ପ୍ରସ୍ତୁତ: କେନ୍ଦ୍ର

mahabharatanews

କଶାବକୁ ଧରିଥିବା ୧୪ ପୁଲିସଙ୍କୁ ପଦୋନ୍ନତି

mahabharatanews