Uncategorized

ହାସ୍ୟକାର କୁନାଲ କାମାନଙ୍କ ବିମାନ ଯାତ୍ରାରେ ପ୍ରତିବନ୍ଧକ

ନୂଆଦିଲ୍ଲୀ: ବିମାନରେ ଟିଭି ପତ୍ରକାର ଅର୍ଣ୍ଣବ ଗୋସ୍ୱାମୀଙ୍କ ସହ ଅଭଦ୍ରୋଚିତ ବ୍ୟବହାର ଅଭିଯୋଗରେ କମେଡିୟାନ କୁନାଲ କାମରାଙ୍କ ଉପରେ ଇଣ୍ଡିଗୋ ୬ ମାସ ପାଇଁ ପ୍ରତିବନ୍ଧକ ଲଗାଇବା ପରେ ଏୟାର ଇଣ୍ଡିଆ ଅର୍ନିଦ୍ଧିଷ୍ଟ କାଳ ପାଇଁ ପ୍ରତିବନ୍ଧକ ଲଗାଇଛି । ଏହା ପରେ ସ୍ପାଇସ ଜେଟ ମଧ୍ୟ କୁନାଲଙ୍କ ଉପରେ ଆଗାମୀ ଆଦେଶ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଇଛି ।

ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛି, ଇଣ୍ଡିଗୋ ବିମାନରେ ଘଟିଥିବା ଘଟଣାକୁ ଦୃଷ୍ଟିରେ ରଖି ଏୟାର ଇଣ୍ଡିଆ କୁନାଲଙ୍କ ଯାତାୟାତ ଉପରେ ଆଗାମୀ ନୋଟିସ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଇଛି । ଏହା ପୂର୍ବରୁ ମଙ୍ଗଳବାର ଦିନ ଇଣ୍ଡିଗୋ ଲକ୍ଷ୍ନୌର ଏକ ବିମାନ ଯାତ୍ରା କାଳରେ ଅର୍ଣ୍ଣବଙ୍କୁ କଥିତ ରୂପେ ଦୁର୍ବ୍ୟବହାର କରିଥିଲେ । ଏହାକୁ ନେଇ କୁନାଲଙ୍କ ଯାତ୍ରା ଉପରେ କମ୍ପାନୀ ୬ ମାସ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲଗାଇ ଦେଇଥିଲା । ଏହାକୁ ନେଇ ଇଣ୍ଡିଗୋ ତାର ଯାତ୍ରୀଙ୍କୁ ଅନୁରୋଧ କରିଛି, ଯାତ୍ରା କାଳରେ ଯାତ୍ରୀମାନେ ଅନ୍ୟମାନଙ୍କୁ ବ୍ୟକ୍ତିଗତ ଟିପ୍ପଣୀରୁ ଦୂରେଇ ରୁହନ୍ତୁ ।

Related posts

ଅଗ୍ନିକାଣ୍ଡ: ବିଦେଶିନୀ ମୃତ, ୨ ନାବାଳିକା ଜୀବନ୍ତ ଦଗ୍ଧ

mahabharatanews

ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୯, ୩୧୦ ନୂଆ ସଂକ୍ରମିତ ଚିହ୍ନଟ

mahabharatanews

ଛତିଶଗଡ: ଏନକାଉଣ୍ଟରରେ ସବ ଇନିସ୍ପେକକ୍ଟର ସହିଦ, ୪ ମାଓ ମୃତ

mahabharatanews

Leave a Comment