Uncategorized

୨୦ରୁ ପ୍ରଶାନ୍ତ କିଶୋରଙ୍କ ‘ବାତ୍ ବିହାର କୀ’ କାର୍ଯ୍ୟକ୍ରମ

(ମହାଭାରତ, ପାଟନା): ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧିନ ଆମ ଆଦମୀ ପାର୍ଟି (ଆପ୍)ର ବିପୁଳ ବିଜୟର ଶ୍ରେୟ ବିହାର ଜେଡିୟୁରୁ ବହିଷ୍କୃତ ହୋଇଥିବା ପୂର୍ବତନ ଉପାଧ୍ୟକ୍ଷ ପ୍ରଶାନ୍ତ କିଶୋର ନେଇଛନ୍ତି । ମଙ୍ଗଳବାର ବିହାରର ପାଟନାରେ ସେ ଖବରଦାତା ସମ୍ମିଳନୀ ଆୟୋଜିତ କରିଥିଲେ । ଫେବୃଆରୀ ୨୦ରୁ ସେ ‘ବାତ୍ ବିହାର କୀ’ ନାମକ ଏକ କାର୍ଯ୍ୟକ୍ରମ ଆରମ୍ଭ କରିବେ ବୋଲି କହିଛନ୍ତି । ତେବେ ବିହାର ନିର୍ବାଚନ ପୂର୍ବରୁ ସେ ଏହି ଅଭିଯାନ ଆରମ୍ଭ କରି ରାଜ୍ୟ ପାଇଁ କାମ କରିବେ ବୋଲି ସେ କହିଛନ୍ତି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେ ବିହାରରେ ୧୦୦ ଦିନ ବୁଲି ନୀତିଶ ସରକାରଙ୍କ କୁଶାସନ ବାବଦରେ ସଚେତନ କରାଇବେ ବୋଲି କହିଛନ୍ତି । ଏହି ଅଭିଯାନରେ ସାମିଲ ହେବା ପାଇଁ ସେ ବିହାରର ଯୁବବର୍ଗଙ୍କୁ ଆହ୍ୱାନ କରିଛନ୍ତି । ଏହି ସମୟରେ ସେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ସହ ଥିବା ତାଙ୍କର ସମ୍ପର୍କକୁ ନେଇ ମଧ୍ୟ ମତ ରଖିଥିଲେ । ତେବେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସେ ବିହାରକୁ ଦେଶର ୧୦ଟି ବିକଶିତ ରାଜ୍ୟଙ୍କ ମଧ୍ୟରେ ସାମିଲ କରିବେ ବୋଲି ସୂଚନା ଦେଇଛନ୍ତି ।

Related posts

ମାଗଣା ବିଜୁଳୀ, ପାଣି, କୃଷକଙ୍କ ପାଇଁ ବ୍ୟବସ୍ଥା

mahabharatanews

ଲକଡାଉନ ସମୟର ଆବଶ୍ୟକତା: ସ୍ୱରାଷ୍ଟ୍ରମନ୍ତ୍ରୀ

mahabharatanews

ଗତ ୨୪ ଘଣ୍ଟାରେ ଦେଶରେ କରୋନାଜନିତ ମୃତ୍ୟୁ ୯୭୧

mahabharatanews

Leave a Comment