ଓଡିଶା

୨୪ ତମ ଘୁମୁରା ଉତ୍ସବରେ କବି ସମ୍ମିଳନୀ

କଳାହାଣ୍ଡି: ୨୪ ତମ କଳାହାଣ୍ଡି ଘୁମୁରା ଉତ୍ସବ ଅବସରରେ ଜିଲ୍ଲାସ୍ତରୀୟ କବି ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଏହି ସମ୍ମିଳନୀକୁ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ନରେନ୍ଦ୍ର କୁମାର ଭୋଇ, ସମ୍ମାନିତ ଅତିଥି ଭାବେ ସୁକାନ୍ତ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ବନଲତା ଦେବୀ ଉପସ୍ଥିତ ଥିଲେ । କବି ତପନ କୁମାର ରଥ ସ୍ୱାଗତ ଭାଷଣ ଦେଇଥିବା ବେଳେ ସନ୍ତୋଷ କୁମାର ରଥ ସଭା କାର୍ଯ୍ୟ ପରିଚାଳନା କରିଥିଲେ । କବି ସତ୍ୟ ନାରାୟଣ ମୁଣ୍ଡଛିନା ଧନ୍ୟବାଦ ଅର୍ପଣ କରିଥବଲେ । ଏହାପରେ ହେମନ୍ତ ସାହୁ, ଡିଲେଶ୍ୱର ରଣା, ସୁଶୀଲ ବାଦ, ନଳିନୀ କାନ୍ତ ଦାସ, ସମିତା ପଟ୍ଟନାୟକ, ସୁମତି ମୁଣ୍ଡ, ଲିପ୍ତା ଦୁବେଙ୍କ ସଂଯୋଜନାରେ କବିତା ପାଠ ଆୟୋଜିତ ହୋଇଛି । ଉଥିରେ ଜୟଦରଥ ସୁନା, ସୁଧୀର କୁମାର ଧଙ୍ଗଡାମାଝୀ, ଯାଦବେନ୍ଦ୍ର ସାହା ଓ ବିଶ୍ୱରଞ୍ଜନ ପଣ୍ଡା ସହଯୋଗ କରିଥିଲେ ।

Related posts

ଆଜି ମହାପ୍ରଭୁଙ୍କର ପ୍ରଳମ୍ବାସୁରବଧ ବେଶ , ପ୍ରବଳ ଗହଳି 

mahabharatanews

ଆଜିଠୁ ୨୦ ତାରିଖ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ

mahabharatanews

ପୱନ ସରୋବର ଠାରେ ବ୍ରହ୍ମ କୁମାରୀ ର ନୁଆଁ ବର୍ଷରେ ନୁଆଁ ଚିନ୍ତା କାର୍ଯ୍ୟକ୍ରମ ଅନୁଷ୍ଠିତ

mahabharatanews