ଓଡିଶା

୨୬ରୁ ଭିତରକନିକା ବନ୍ଦ

(ମହାଭାରତ, କେନ୍ଦ୍ରାପଡା): ଆସନ୍ତା ୨୬ ତାରିଖରୁ ବନ୍ଦ ପର୍ଯ୍ୟଟକଙ୍କ ପାଇଁ ହେବ ଭିତରକନିକା ଅଭୟାରଣ୍ୟ । ବଉଳା କୁମ୍ଭୀର ଗଣନା ପାଇଁ ଡିସେମ୍ବର ୨୬ରୁ ଜାନୁଆରୀ ୪ ତାରିଖ ଯାଏ ଏହା ବନ୍ଦ ରହିବ । ପ୍ରତିବର୍ଷ ଜୁଆରକୁ ଲକ୍ଷ୍ୟ କରି ସାଧାରଣତଃ କୁମ୍ଭୀର ଗଣନା କରାଯାଇଥାଏ । ଏହି ସମୟରେ ସ୍ଥଳଭାଗରେ ଅଧିକ କୁମ୍ଭୀର ଦୃଶ୍ୟମାନ ହୋଇଥାନ୍ତି । ଯନ୍ତ୍ର ଚାଳିତ ବୋଟ ଯୋଗୁ ଗଣନା କାର୍ଯ୍ୟରେ ବାଧା ଉପୁଜୁଥିବାରୁ ବନ ବିଭାଗ ଏହି ସମୟକୁ ପର୍ଯ୍ୟଟକମାନଙ୍କ ପ୍ରବେଶ ପାଇଁ ନିଷେଧ କରିଥାଏ । କୁମ୍ଭୀର ବିଶାରଦ ଡ. ସୁଧାକରଙ୍କ ନେତୃତ୍ୱରେ ଏହି ଗଣନା କାର୍ଯ୍ୟ ଜାରି ରହିବ ବୋଲି ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।

Related posts

ଗନ୍ଧମାର୍ଦ୍ଦନ କୁନେଇ ବିରୋଧୀ ଦଳ ଉପନେତାଙ୍କ ପ୍ରଶ୍ନ ; ଉତ୍ତର ରଖିଲେ ଉପମୁଖ୍ୟମନ୍ତ୍ରୀ

mahabharatanews

ଭୁବନେଶ୍ୱରରେ ଦିନକୁ ଦିନ ବଢ଼ିବାରରେ ଲାଗିଛି ଡେଙ୍ଗୁ ଆତଙ୍କ

mahabharatanews

ଗତ ୨୪ ଘଣ୍ଟାରେ ୧୪୧୭ କ୍ବାରେଣ୍ଟାଇନ୍‌ରୁ, ୧୦୦୬ ସ୍ଥାନୀୟ ସଂକ୍ରମିତ ଚିହ୍ନଟ

mahabharatanews

Leave a Comment