ଓଡିଶା

୪୦ ଗ୍ରାମ ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

(ମହାଭାରତ, ଖୋର୍ଦ୍ଧା): ଖୋର୍ଦ୍ଧା ଏବେ ବ୍ରାଉନସୁଗାର ବେପାରୀଙ୍କ ଆଡ୍ଡା ପାଲଟିଛି । ବିଭିନ୍ନ ଅଞ୍ଚଳରେ ଚାଲିଛି ଖୁଲମଖୁଲା ଏହି ଧଳା ଜହରର ବେପାର । ବୁଧବାର ଜଟଣୀ ଅଞ୍ଚଳରୁ ୪୦ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି । ଏଥିରେ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି । ସୂଚନା ଅନୁଯାୟୀ, ଜଟଣୀ ଅଞ୍ଚଳରେ ବ୍ରାଉନସୁଗାର କାରବାର ନେଇ ସୂଚନା ମିଳିଥିଲା । ଏହାକୁ ଆଧାର କରି ଜଟଣୀ ପୋଲିସ ଓ କ୍ୱିକ୍ ଆକ୍ସନ ଟିମ୍ ମିଳିତ ଭାବେ ଏଠାରେ ଚଢାଉ କରିଥିଲେ । ଘଟଣାସ୍ଥଳରୁ ୪୦ ଗ୍ରାମ ବ୍ରାଉନସୁଗାର ସହ ଜଣେ ବେପାରୀକୁ ଗିରଫ କରାଯାଇଛି । ଅଭିଯୁକ୍ତ ଜଣକ ରମ୍ଭା ଅଞ୍ଚଳର ଜଣେ ବ୍ରାଉନସୁଗାର ବେପାରୀ ବୋଲି ତଦନ୍ତରୁ ଜଣାପଡିଛି । ଚଢାଉ ବେଳେ ତା ନିକଟରୁ ନଗଦ ୧ ଲକ୍ଷ ୧୦ ହଜାର ଟଙ୍କା ସହ ଏକ କାର ଜବତ ହୋଇଛି । ତେବେ ଜବତ ହୋଇଥିବା ୪୦ ଗ୍ରାମ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୪ଲକ୍ଷ ଟଙ୍କା ବୋଲି ଜଣାପଡିଛି । ଅଭିଯୁକ୍ତ ବାଲେଶ୍ୱର ଅଞ୍ଚଳରୁ ବ୍ରାଉନସୁଗାର ଆଣି ଏଠାରେ କାରବାର କରୁଥିବା ପଚରାଉଚରାରୁ ଜାଣିବାକୁ ମିଳିଛି । ଏହି ଘଟଣାରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ଓ ଏହି ବ୍ରାଉନସୁଗାର ବେପାରର ଚେର କେଉଁ ଯାଏ ଲମ୍ବିଛି ପୋଲିସ ତାର ଛାନଭିନ୍ କରୁଛି ।

Related posts

୮ହଜାର ମୁହାଁ ରାଜ୍ୟରେ ଡେଙ୍ଗୁ ସଂଖ୍ୟା   

mahabharatanews

 ଭୁବନେଶ୍ବରରେ ଜେପି ନଡ୍ଡାଙ୍କ ରୋଡ୍‌ ସୋ’ 

mahabharatanews

ଭରତପୁର ରିଜର୍ଭ ଜଙ୍ଗଲକୁ ଫେରିଗଲେ ଦୁଇ ଦନ୍ତା; ଖୋଲିଲା ଶିଖରଚଣ୍ଡୀ ମନ୍ଦିର

mahabharatanews