Uncategorized

୫୮ ବର୍ଷ ବୟସରେ ଅବସର ନେବେ ସେନା ଯବାନ: ବିପିନ ରାୱତ

(ନୂଆଦିଲ୍ଲୀ): ଭାରତୀୟ ସେନାର ଯବାନ ଏଣିକି ୫୮ ବର୍ଷ ବୟସରେ ଅବସର ଗ୍ରହଣ କରିବେ । ଏନେଇ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ (ସିଡିଏସ) ବିପିନ ରାୱତ ସୂଚନା ଦେଇଛନ୍ତି । ସେନାରେ ଦୁଇଟି ବର୍ଗର କର୍ମଚାରୀ ରହିଥାନ୍ତି । ଅଧିକାରୀ ମାନେ ପ୍ରଥମ ବର୍ଗ ହୋଇଥିବା ବେଳେ ଯବାନ ମାନେ ଦ୍ୱିତୀୟ ବର୍ଗର କର୍ମଚାରୀ । ଅଧିକାରୀମାନେ ୫୪ରୁ ୫୮ ବର୍ଷ ବୟସରେ ଅବସର ଗ୍ରହଣ କରିଥାନ୍ତି । ସେହିପରି ଯବାନମାନେ ୧୮ରୁ ୧୯ ବର୍ଷ ବୟସରେ ନିଯୁକ୍ତି ପାଇ ୩୭ରୁ ୩୮ ବର୍ଷ ମଧ୍ୟରେ ଅବସର ନେଇଥାନ୍ତି । ଏହାଦ୍ୱାରା ସମସ୍ୟା ସୃଷ୍ଟି ହେଉଥିବା ବିପିନ ରାୱତ କହିଛନ୍ତି । ତେବେ ଯବାନ ୩୮ ବର୍ଷରେ ଅବସର ନେଉଥିବାରୁ ସେମାନଙ୍କୁ ୩୦-୩୨ ବର୍ଷ ପର୍ଯ୍ୟନ୍ତ ପେନସନ ମିଳିଥାଏ । ଏପରି ସ୍ଥଳେ ଯବାନଙ୍କ ବୟସସୀମା ବଢିବା ଉଚିତ ବୋଲି ସେ କହିଛନ୍ତି । ଏକ ତୃତୀୟାଂଶ ଯବାନଙ୍କ ଅବସର ୫୮ ହେବା ଆବଶ୍ୟକ । ତେବେ ଏହା ଉପରେ ଅଧ୍ୟୟନ ଜାରି ରହିଛି । ଚଳିତ ବର୍ଷ ଶେଷ ସୁଦ୍ଧା ରିପୋର୍ଟ ମିଳିବାର ଆଶା ରହିଛି ବୋଲି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ପ୍ରକାଶ କରିଛନ୍ତି ।

Related posts

ସୁରକ୍ଷା କର୍ମୀଙ୍କ ଏନକାଉଣ୍ଟର, ୩ ଆତଙ୍କୀ ନିହତ

mahabharatanews

ବାରିକେଡ ଭାଙ୍ଗିଲେ ଟ୍ରାକ୍ଟର ରାଲିରେ ସାମିଲ କୃଷକ

mahabharatanews

ଶାହୀନବାଗ ଆନ୍ଦୋଳନକାରୀଙ୍କ ବିରୋଧରେ ବିକ୍ଷୋଭ

mahabharatanews