ଓଡିଶା

୬ ଘଣ୍ଟାର ପରିଶ୍ରମ ପରେ ଖାଲରୁ ଉଦ୍ଧାର ହେଲା ହାତୀ

(ମହାଭାରତ, ଦିଗପହଣ୍ଡି): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅନ୍ତର୍ଗତ ଜେନାଖାଲ ଅଞ୍ଚଳରେ ଏକ ମାଇ ହାତୀ ଖାଲକୁ ଖସିପଡିବା ପରେ ଉଦ୍ଧାର ହୋଇଛି । ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତାକୁ ଉଦ୍ଧାର କରିଛନ୍ତି । ସୂଚନା ଅନୁଯାୟୀ, ଶନିବାର ରାତିରେ ଏକ ୧୫ ଜଣିଆ ହାତୀପଲ ଏହି ଅଞ୍ଚଳ ଦେଇ ଯାଉଥିବା ସମୟରେ ଖାଲ ଭିତରକୁ ଖସି ପଡିଥିଲା । ପରଦିନ ସକାଳେ କିଛି ସ୍ଥାନୀୟ ଲୋକେ ହାତୀଟିର ଚିତ୍କାର ଶୁଣି ତାକୁ ଖାଲରେ ପଡିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପହଞ୍ଚି ବନ ବିଭାଗ କର୍ମଚାରୀମାନେ ସେଠାରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଦିଗପହଣ୍ଡି ବନ ବିଭାଗର ୫୦ ଜଣିଆ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ । ତେବେ ପ୍ରଥମେ ଗାତରେ ପାଣି ଭର୍ତ୍ତି କରି ହାତୀକୁ ଉପରକୁ ଉଠାଇବାକୁ ବନ ବିଭାଗ କର୍ମଚାରୀମାନେ ପ୍ରୟାସ କରିଥିଲେ । କିନ୍ତୁ ଏଥିରେ ହାତୀଟି ବାହାରକୁ ବାହାରି ପାରି ନଥିଲା । ପରେ ଗାତକୁ ଭାଙ୍ଗି କ୍ରେନ ଆଣି ହାତୀକୁ ଉଦ୍ଧାର କରାଯାଇଥିଲା । ସେଠାରେ ଦୀର୍ଘ ୬ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଚାଲିବା ପରେ ମାଈ ହାତୀଟି ଖାଲରୁ ବାହାରିଥିଲା । ପରେ ଜଙ୍ଗଲ ଭିତରକୁ ଚାଲିଯାଇଥିଲା ।

Related posts

ଗୁଣାତ୍ମକ ଶିକ୍ଷା ରାଜ୍ୟ ସରକ।ରଙ୍କ ଲକ୍ଷ୍ୟ: ସମୀର ଦାଶ

mahabharatanews

ନିକୁଞ୍ଜ ଧଳଙ୍କୁ ଗ୍ରିଡକୋର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର

mahabharatanews

ଶ୍ରୀମନ୍ଦିରରେ ୫ଘଣ୍ଟା ସାଧାରଣ ଦର୍ଶନ ମନା

mahabharatanews

Leave a Comment