Uncategorized

୭ ପର୍ଯ୍ୟନ୍ତ ଉତ୍ତରପୂର୍ବ ଦିଲ୍ଲୀରେ ସ୍କୁଲ ବନ୍ଦ

(ମହାଭାରତ, ନୂଆଦିଲ୍ଲୀ): ଉତ୍ତରପୂର୍ବ ଦିଲ୍ଲୀରେ ଚଳିତମାସ ୭ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ବନ୍ଦ ରହିବ । ଏଠାରେ ହିଂସାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ସେହିପରି ହିଂସା ପ୍ରଭାବିତ ଅଞ୍ଚଳରେ ପରୀକ୍ଷା ପରିଚାଳନା ପାଇଁ ପରିବେଶ ଅନୁକୂଳ ନଥିବାରୁ ପରୀକ୍ଷାଗୁଡିକୁ ସ୍ଥଗିତ ରଖାଯାଇଛି । ବାର୍ଷିକ ବୋର୍ଡ ପରୀକ୍ଷା ଆରମ୍ଭ ବେଳେ ଦିଲ୍ଲୀରେ ହିଂସା ଦେଖିବାକୁ ମିଳିଥିଲା । ସ୍ଥିତି ଅଣାୟତ ହେବା ପରେ ସିବିଏସଇ ବୋର୍ଡ ଉତ୍ତରପୂର୍ବ ଦିଲ୍ଲୀରେ ଥିବା ପରୀକ୍ଷା କେନ୍ଦ୍ରଗୁଡିକରେ ପରୀକ୍ଷା ସ୍ଥଗିତ ରଖିଥିଲା । ଫେବୃଆରୀ ୨୯ ପର୍ଯ୍ୟନ୍ତ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । ବର୍ତ୍ତମାନ ନୂଆ ପରୀକ୍ଷା ତାରିଖ ଖୁବଶୀଘ୍ର ପ୍ରକାଶ ପାଇବ ବୋଲି ବୋର୍ଡ ସୂଚନା ଦେଇଛି । ସେହିପରି କିଛି ଛାତ୍ରଛାତ୍ରୀଙ୍କ ପରୀକ୍ଷା କେନ୍ଦ୍ର ହିଂସା ପ୍ରଭାବିତ ଅଞ୍ଚଳ ଅନ୍ତର୍ଭୁକ୍ତ ନଥିଲା କିନ୍ତୁ ଦଙ୍ଗା ବେଳେ ସେମାନେ ପରୀକ୍ଷା ଦେଇପାରିନଥିଲେ । ସେହି ଛାତ୍ରଛାତ୍ରୀମାନଙ୍କ ଏକ ତାଲିକା ପଠାଇବାକୁ ବୋର୍ଡ କର୍ତ୍ତୃପକ୍ଷ ଉତ୍ତରପୂର୍ବ ଦିଲ୍ଲୀର ସ୍କୁଲ ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବା ପାଇଁ ଖୁବଶୀଘ୍ର ନୂଆ ତାରିଖ ସିବିଏସଇ ବୋର୍ଡ ପ୍ରକାଶ କରିବ ବୋଲି ଜଣାପଡିଛି । ସୂଚନାଯୋଗ୍ୟ, ଦିଲ୍ଲୀର ପୂର୍ବ ଓ ଉତ୍ତରପୂର୍ବ ଅଞ୍ଚଳରେ ହିଂସା ପାଇଁ ଫେବୃଆରୀ ୨୬ ଏବଂ ୨୭ରେ ଧାର୍ଯ୍ୟ ହୋଇଥିବା ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ସିବିଏସଇ ସ୍ଥଗିତ ରଖିଥିଲା ।

Related posts

୧୭ରୁ ହାଇଦ୍ରାବାଦରେ ବାଇଓ ଏସିଆ ଫେଷ୍ଟିଭାଲ

mahabharatanews

ସାମ୍ନାକୁ ଆସିଲେ କିମ ଜୋଙ୍ଗ: ଏକ କମ୍ପାନୀର ଉଦ୍ଘାଟନୀ ଉତ୍ସବରେ ସାମିଲ

mahabharatanews

ଧନ-ସମୃଦ୍ଧି ପ୍ରାପ୍ତି ପାଇଁ ମକର ରାଶିର ବ୍ୟକ୍ତି ଆପଣାନ୍ତୁ ଏହି ଉପାୟ

mahabharatanews

Leave a Comment