ଓଡିଶା

୮ ମାସ ଧରି ମୁକୁଳା ପଡିଛି ଡ୍ରେନ୍, ଘଟି ଚାଲିଛି ଦୂର୍ଘଟଣା

(ମହାଭାରତ, କଣିହାଁ): ଗ୍ରାମାଞ୍ଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ପୌରପାଳିକା ରାସ୍ତା କଡରେ ଆଣ୍ଠୁଏ ଲେଖାଏଁ ଗାତ ଖୋଳିଦେଲେ । ପରେ ପାଇପ୍ ବିଛାଇ ଗାତକୁ ମୁକୁଳା ଛାଡିଦେଲେ ଠିକାଦାର । ଦୀର୍ଘ ଆଠ ମାସ ହେଲାଣି ବିଜିଗୋଳ ବିଦ୍ୟାନିକେତନ ଶିକ୍ଷାନୁଷ୍ଠାନ ସମ୍ମୁଖ ରାସ୍ତା ଠାରୁ ବାରଡାଙ୍ଗୁଆ ଗ୍ରାମ ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା କଡରେ ପାଣି ଯୋଗାଇବା ପାଇଁ ଖୋଳାଯାଇଥିବା ଗାତ ମୁକୁଳା ହୋଇ ପଡିଛି । ଫଳରେ ରାସ୍ତାଟି ଅଣଓସାରିଆ ହେବା ସହିତ ରାସ୍ତା ଉପରେ ମାଟି ଗଦା ହୋଇ ରହିଛି । ଏଭଳି ବିପଦ ସଙ୍କୁଳ ରାସ୍ତାରେ କୁନିକୁନି ଛାତ୍ରଛାତ୍ରୀ, ପଥଚାରୀ, ସାଇକେଲ ଓ ବାଇକ ଆରୋହୀ ପ୍ରତିଦିନ ଯିବାଆସିବା କରନ୍ତି । ବର୍ଷା ଯୋଗୁଁ ଗାତରେ ପାଣି ଜମି ରହି ପରିବେଶ ଦୁଷିତ ହେଉଛି ।
ତେବେ ଘଟଣାଟି ଘଟିଛି ଅନୁଗୋଳ ଜିଲ୍ଲା ତାଳଚେର ଉପଖଣ୍ଡ କଣିହାଁ ବ୍ଲକ ବିଜିଗୋଳ ପଂଞ୍ଚାୟତରେ । ଏହି କାର୍ଯ୍ୟ ଏଲ୍ଆଣ୍ଡଟି କମ୍ପାନୀକୁ ମିଳିଥିବା ବେଳେ ନାଗାର୍ଜୁନ ନାମକ ଏକ ଠିକାସଂସ୍ଥା ରାସ୍ତା କଡରେ ମାଟି ଖୋଳିବା ସହିତ ପାଇପ୍ ବିଛାଇବା କାମ କରିଥିଲା । କିନ୍ତୁ ମାଟି ଘୋଡାଇବା ପାଇଁ ଆଉ ଠିକାଦାରଙ୍କ ଦର୍ଶନ ମିଳିନଥିଲା । ତେବେ ଠିକାସଂସ୍ଥାର ଏଭଳି ଅବହେଳା ପାଇଁ ଗତ ଶୁକ୍ରବାର କଣିହାଁ ବ୍ଲକ୍ ବିଜିଗୋଳ ଛକ ଠାରୁ ନୂଆଁସାହି – ବାରଡାଙ୍ଗୁଆ ରାସ୍ତାରେ ମଧ୍ୟାହ୍ନରେ ଏକ ବାଇକ୍ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଆହତ ହୋଇଥିବା ଯୁବକ ଏହି ପାଇପ୍ ବିଛାଯାଇଥିବା ମୁକୁଳା ଗାତରେ ପଡି ଆହତ ହୋଇଥିବା ଜଣାପଡିଛି । ପୂର୍ବରୁ ମୁକୁଳା ହୋଇ ପଡିଥିବା ଗାତରେ ପଡି ଅନେକ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଅଧିବାସୀ ପ୍ରକାଶ କରିଛନ୍ତି । ଏନେଇ ନାଗାର୍ଜୁନ କମ୍ପାନୀର ଜିଲ୍ଲା ମୁଖ୍ୟ (ଡିପିଏମ୍) ସୁଶାନ୍ତ କୁମାର ଦାସଙ୍କୁ ଯୋଗାଯୋଗ କରାଯାଇଥିଲା । ତେବେ ପାଣି ଯୋଗାଣ ପାଇଁ ଡ୍ରେନ ଖୋଳାଯାଇ ଏଭଳି ମୁକୁଳା ଅବସ୍ଥାରେ ପଡିଥିବା ବିଷୟରେ ସେ ଜାଣି ନଥିଲେ ବୋଲି କହିଥିଲେ । ତୁରନ୍ତ ଗାତକୁ ପୁରଣ କରାଯିବ ବୋଲି ପ୍ରକାଶ କରିଥିଲେ । ତେବେ ଗୋଟିଏ ପଟେ ନାଳ ସମସ୍ୟା ଦୂର କରିବା ପାଇଁ କମ୍ପାନୀ ମୁଖ୍ୟଙ୍କୁ ଜଣାଯିବା ପରେ କମ୍ପାନୀର ୨ ଜଣ କର୍ମଚାରୀ ଆସି ଫଟୋ ଉଠାଇ କରି ଉପରିସ୍ଥ ଅଧିକାରୀଙ୍କୁ ପଠାଇଥିବା ସ୍ଥାନୀୟ ଅଧିବାସୀ କହିଛନ୍ତି ।

Related posts

କୋଣାର୍କରେ ଆଞ୍ଚଳିକ ହସ୍ତକଳା ଉଦ୍ୟୋଗୀ ପ୍ରଦର୍ଶନୀ ଉଦ୍ଘାଟିତ

mahabharatanews

ମନୋରମା ମହାପାତ୍ରଙ୍କ ପରଲୋକ

mahabharatanews

ଥାନାରେ ପଶି ପୁଲିସକୁ ଆକ୍ରମଣ

mahabharatanews

Leave a Comment