ଓଡିଶା

ଅଖାଦ୍ୟ ଖାଇ ୯୦ ଛାତ୍ରଛାତ୍ରୀ ଅସୁସ୍ଥ

(ମହାଭାରତ, ଆଠଗଡ): କଟକ ଜିଲ୍ଲା ଆଠଗଡ ଅନ୍ତର୍ଗତ ଖୁଣ୍ଟୁଣି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୧୪୫ ଜଣ ଛାତ୍ରଛାତ୍ରୀ ଓ ଶିକ୍ଷୟିତ୍ରୀ ପିକନିକ କରିବାକୁ ଯାଇଥିଲେ । ତେବେ ସେଠାରୁ ଫେରିବା ପରେ ସେମାନଙ୍କ ମଧ୍ୟରୁ ୯୦ରୁ ଅଧିକ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡିଛନ୍ତି । ଅଖାଦ୍ୟ ଯୋଗୁ ଏଭଳି ସ୍ଥିତି ଉପୁଜି ଥିବା ଡାକ୍ତର କହିଛନ୍ତି । ଅସୁସ୍ଥଙ୍କ ମଧ୍ୟରୁ ମାଧପୁର ଓ ଆଠଗଡ ମେଡିକାଲରେ ପ୍ରାୟ ୨୦ରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ଭର୍ତ୍ତି ହୋଇଛନ୍ତି । ଖୁଣ୍ଟୁଣି ଆଖପାଖର ୭୦ରୁ ଅଧିକ ପିଲାଙ୍କୁ ଖୁଣ୍ଟୁଣୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । କିଛି ପିଲାଙ୍କ ଅବସ୍ଥା ଗୁରୁତର ଥିବା ହସ୍ପିଟାଲ ପରିଦର୍ଶନ ପରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ତେବେ ସରକାରଙ୍କ ପକ୍ଷରୁ ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି ।

Related posts

ମାଧେଶ୍ୱର ପାଣି ପଞ୍ଚାୟତର ନୂତନ କର୍ମକର୍ତ୍ତା କମିଟି ଗଠନ

mahabharatanews

ବିଶ୍ୱପ୍ରସିଦ୍ଧ ରଥଯାତ୍ରା: ଅପେକ୍ଷା ଆଉ ମାତ୍ର ୮ ଦିନ  

mahabharatanews

ସମସ୍ତ ପଦ ପଦବୀରୁ ଇସ୍ତଫା ଦେଲେ ସୁର ରାଉତରାୟ

mahabharatanews