Uncategorized

ଅନର୍ଗଳ ଇଂଲିଶ କହି ଚର୍ଚ୍ଚାରେ ହରିୟାଣାର ବୃଦ୍ଧ

(ମହାଭାରତ): ଆଜିକାଲିର ସମୟରେ ଯେତେ ଭାଷାଜ୍ଞାନ ଥାଉନା କାହିଁକି ଯଦି ଇଂଲିଶରେ ଦୁଇ ଧାଡ ନ ଜାଣିଛି ତେବେ ଜ୍ଞାନୀରେ ଗଣା ନୁହେଁ ବୋଲି କୁହାଯାଏ । ଗାଁ ଗହଳିରେ ଏସବୁ ସ୍ୱପ୍ନ ପ୍ରାୟ । କଦବା କ୍ୱଚିତ କେତେଜଣ ଭଲ ଇଂଲିଶ କହିପାରନ୍ତି । ଏସବୁ ଭିତରେ ବୟସାଧିକ ହେଲେ କଥା ସରିଲା । ହେଲେ ହରିୟାଣାର ଜଣେ ବୃଦ୍ଧାଙ୍କ କ୍ଷେତ୍ରରେ ସେଭଳି କିଛି ଦୃଶ୍ୟ ହେବା ପରି ମନେ ହେଉନାହିଁ । ଅନର୍ଗଳ ଇଂଲିଶ କହି ସେ ଏବେ ଚର୍ଚ୍ଚାରେ ।

ଭିଡିଓରୁ ବୃଦ୍ଧା ଜଣଙ୍କ ଏକ ଗାଁର ବୋଲି ଜଣାପଡୁଛନ୍ତି । ବୟସର ଛାପ ମଧ୍ୟ ସ୍ପଷ୍ଟ ବାରି ହେଉଛି । ହେଲେ ପଛରେ ଥିବା ଜଣେ ବ୍ୟକ୍ତି ତାଙ୍କୁ ଇଂଲିଶରେ କିଛି କହିବାକୁ କହିବା ପରେ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ଉପରେ ସେ ଇଂଲିଶ କହିପକାଉଛନ୍ତି ।

ଓଡିଶା ସେସୁର ସିଇଓ ଥିବା ଅରୁଣା ବୋଥ୍ରା ନିଜ ସୋସିଆଲ ପୃଷ୍ଠାରେ ଏହାକୁ ଶେୟାର କରିବା ପରେ ଭାଇରାଲ ହେଉଛି । ବୃଦ୍ଧାଙ୍କୁ ୧୦ରୁ କେତେ ମାର୍କ ମିଳିବ ବୋଲି ସେ ପ୍ରଶ୍ନ କରିଥିଲେ । ଏହାପରେ ସମସ୍ତେ ବୃଦ୍ଧାଙ୍କ ପ୍ରଶଂସାରେ ଶତମୁଖ ହୋଇଯାଇଛନ୍ତି । କେହି କେହି ତାଙ୍କୁ କଂଗ୍ରେସ ନେତା ଶଶୀ ଥରୁରଙ୍କ ସହ ତୁଳନା କରୁଥିବା ଦେଖାଯାଉଛି । ହେଲେ ମହିଳା ଜଣଙ୍କ କିଏ ତାହା ଜଣାପଡିନାହିଁ ।

Related posts

କରାଚୀରେ ବିମାନ ଦୁର୍ଘଟଣା: ୯୮ ଯାତ୍ରୀଙ୍କୁ ନେଇ ଭରିଥିଲା ଉଡାଣ

mahabharatanews

ହାଇଡ୍ରୋସିକ୍ଲୋରୋକୁଇନ ମନଇଛା ନ ଖାଇବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପରାମର୍ଶ

mahabharatanews

ରାଜସ୍ଥାନ ସରକାର ଭାଙ୍ଗିବାକୁ ଷଡଯନ୍ତ୍ର କରି୨ ବିଜେପି ବିଧାୟକ ଗିରଫ

mahabharatanews