ନୂଆଦିଲ୍ଲୀ: ଗୋଟିଏ ପଟେ ମଧ୍ୟ ପ୍ରଦେଶରେ କମଲନାଥ ସରକାର ସଂକଟ ଦେଇ ଗତିକରୁଥିବା ବେଳେ ଆଜି ଦିଲ୍ଲୀ କଂଗ୍ରେସ ପକ୍ଷରୁ ଏକ ବଡ ନିଷ୍ପତ୍ତି ନିଆଯାଇଛି । ପୂର୍ବତନ ବିଧାୟକ ଅନିଲ ଚୌଧୁରୀଙ୍କୁ ଆଜି ମଧ୍ୟାହ୍ନରେ ଦିଲ୍ଲୀ ପ୍ରଦେଶ କଂଗ୍ରେସ ସମିତିର ଅଧ୍ୟକ୍ଷ କରାଯାଇଛି । ଏଥିସହ ଅଭିଷେକ ଦତ୍ତ, ଜୟକିଶନ, ମୁଦିତ ଅଗ୍ରୱାଲ, ଅଲି ହସନ ଓ ଶିବାନୀ ଚୌପଡାଙ୍କୁ ଦିଲ୍ଲୀ ଉପାଧ୍ୟକ୍ଷ କରାଯାଇଛି । ସେହିପରି କର୍ଣ୍ଣାଟକ ପ୍ରଦେଶ ଅଧ୍ୟକ୍ଷ ଭାବେ ଡିକେ ଶିବକୁମାରଙ୍କୁ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି । ଏଥିସହ ଇଶ୍ୱର ଖନ୍ଦ୍ରେ, ସତିଷ ଜରକିହୋଲି ଓ ସଲିମ ଅହମଦଙ୍କୁ କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ ସମିତିର କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି ।
previous post
next post
