ଓଡିଶା

ଅନିସଙ୍କୁ ୧୦ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

(ମହାଭାରତ ): ଯବାନ ଅନିସଙ୍କୁ ୧୦ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ। ଦିଲ୍ଲୀ ଦଙ୍ଗାରେ ବିଏସଏଫ ଯବାନ ମହମ୍ମଦ ଅନିସଙ୍କ ଘର ପୋଡି ଛାରଖାର ହୋଇଯିବା ପରେ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତାଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆନିସଙ୍କ ସହାୟତା ପାଇଁ ୧୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ।
ସୂଚନାଯୋଗ୍ୟ ଦିଲ୍ଲୀରେ ସାମ୍ପ୍ରଦାୟିକ ହିଂସା ଘଟଣାରେ ହଜୁରୀଖାସ ଅଞ୍ଚଳରେ ଥିବା ଭାରତୀୟ ସୀମା ସୁରକ୍ଷା ବଳର ଯବାନ ମହମ୍ମଦ ଅନିଶଙ୍କ ଘରକୁ ନିଆଁ ଲଗାଇ ସମ୍ପୂର୍ଣ୍ଣ ପୋଡି ଦେଇଥିଲେ ଦଙ୍ଗାକାରୀ ମାନେ। ମେ ମାସରେ ଅନିଶଙ୍କର ବିବାହ ହେବାକୁ ଥିବା ବେଳେ ତା ପୂର୍ବରୁ ତାଙ୍କ ଘରକୁ ସମ୍ପୂର୍ଣ୍ଣ ଭାବରେ ପୋଡି ପାଉଁଶ କରିଦେଇଛନ୍ତି ଦଙ୍ଗାକାରୀମାନେ। ଅନିସ ଓଡିଶାର ମାଓ ପ୍ରଭାବିତ ଜିଲ୍ଲା ମାଲକାନଗିରିରେ ୯ମ ବାଟାଲିୟନରେ କାର୍ୟ୍ୟରତ ଅଛନ୍ତି। ବିଏସଏଫର ଏହି ବାଟାଲିୟନ ସ୍ୱାଭିମାନ ଅଂଚଳର ସୁରକ୍ଷାରେ ନିୟୋଜିତ ରହିଛି। ବିଶେଷକରି ଗୁରୁପ୍ରିୟା ସେତୁକୁ ସୁରକ୍ଷା ଦେଉଛି ୯ମ ବାଟାଲିୟନ।
ସେପଟେ ତାଙ୍କ ଘର ନିର୍ମାଣ ପାଇଁ ତାଙ୍କୁ ସହାୟତାର ହାତ ବଢ଼ାଇଛି ବିଏସଏଫ୍। ଅନିସଙ୍କ ପିତାମାତା ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କୁ ଭେଟିଛନ୍ତି ବିଏସଏଫ ଡେପୁଟି ଇନ୍ସପେକ୍ଟର ଜେନେରାଲ (ଡିଜି) ପୁଷ୍ପେନ୍ଦ୍ର ରାଠୋର। ସେ କହିଛନ୍ତି ପୋଡ଼ି ଯାଇଥିବା ଘର ନିର୍ମାଣର ସମସ୍ତ ଦାୟିତ୍ୱ ନେବ ସୀମା ସୁରକ୍ଷା ବଳ। ଆଉ ନୂଆ ଘରକୁ ‘ବିବାହ ଉପହାର’ ଭାବରେ ଆନିସଙ୍କୁ ହସ୍ତାନ୍ତର କରିବ।

Related posts

ଅସୁରକ୍ଷା ମଧ୍ୟରେ ଖଜୁରୀଡିହା ସଙ୍ଗରୋଧ କେନ୍ଦ୍ରର ପ୍ରବାସୀ

mahabharatanews

୫୭ ବାଇକ ସିଜ଼: ୭ହଜାର ୫ ଶହ ଟଙ୍କା ଜରିମାନା ଆଦାୟ

mahabharatanews

ନବମ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଅନୁଷ୍ଠିତ ହୋଇଯାଇଛି

mahabharatanews