ଓଡିଶା

ମୋ ବସରେ ମହିଳାଙ୍କୁ ମାଗଣା ସେବା

(ମହାଭାରତ): ଉହିଳା ଦିବସରେ ମହିଳାଙ୍ଗୁ ମିଳିବ ମୋ ବସରେ ମିଳିବ ମାଗଣା ସେବା । ମାଗଣା ସେବା ଯୋଗଇ ଦେବା ପାଇଁ କ୍ୟାପିଟାଲ୍ ରିଜନ୍ ଅର୍ଗାନ ଟ୍ରାନ୍ସପୋର୍ଟ ପକ୍ଷରୁ ଘୋଷଣା କରାଯାଇଛି । ମାର୍ଚ୍ଚ ୮ ତାରିଖ ଅର୍ଥାତ୍ ମହିଳା ଦିବସ ଅବସରରେ ମହିଳାମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ମାଗଣାରେ ଯାତ୍ରା କରିପାରିବେ । ତେବେ ଏ ନେଇ ସଂସ୍ଥାର ଜେନେରାଲ ମ୍ୟନେଜର ଦିପ୍ତି ମହାପାତ୍ର କହିଛନ୍ତି ଆମେ ମହିଳାଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ଆସିଛୁ, ମୋ ବସରେ ୩୦ ପ୍ରତିଶତରୁ ଅଧିକ ମହିଳା ଗାଇଡ୍ ନିୟୋଜିତ ଅଛନ୍ତି । ମହିଳା ଦିବସ ଅବସରରେ ମୋ ବସ୍ ପକ୍ଷରୁ ମାଗଣା ଯାତ୍ରାର ସୁବିଧା ଯୋଗାଇ ଦିଆଯିବ । ଏହାକୁ ନେଇ ମହିଳା ମାନଙ୍କ ମଧ୍ୟରେ ଉତ୍ସୁକତା ପ୍ରକାଶ ପାଇଛି । ପ୍ରତି ବସ୍ ପରି ମୋ ବସରେ ମଧ୍ୟ ମହିଳା ଯାତ୍ରୀଙ୍କ ପାଇଁ କିଛି ସିଟ୍ ସ୍ୱତନ୍ତ୍ର ଭାବରେ ସଂରକ୍ଷିତ ରହିଛି କିନ୍ତୁ ଆସନ୍ତା କାଲି ମହିଳାଙ୍କ ଭିଡ ବଢିଲେ ଅନ୍ୟମାନଙ୍କ ପାଇଁ ଉଦ୍ଦିଷ୍ଟ ସିଟ୍ ମଧ୍ୟ ସେମାନଙ୍କୁ ଛାଡି ଦିଆଯିବ ।

Related posts

“ନକଲି ଔଷଧ ଧରପଗଡ଼ ପାଇଁ ସବୁ ଜିଲ୍ଲାରେ ହେବ ଚଢ଼ଉ” : ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ

mahabharatanews

୧୦୬ କରୋନା ସଂଦିଗ୍ଧ ପୃଥକବାସରେ ଅଛନ୍ତି: ବାଗଚୀ

mahabharatanews

ଝାରସୁଗୁଡାରେ ୧ ବର୍ଷର ଶିଶୁ କରୋନା ଆକ୍ରାନ୍ତ

mahabharatanews