ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଅ ।ଇନ ଏବଂ ଏନଅ ।ରସିକୁ ନେଇ ଦେଶବ୍ୟାପୀ ବିଦ୍ରୋହ ମଧ୍ୟରେ କେନ୍ଦ୍ର ସରକାର ଜାତୀୟ ଜନସଂଖ୍ୟା ରେଜିଷ୍ଟର ପାଇଁ ପ୍ରସ୍ତୁତି ଅ ।ରମ୍ଭ କରିଛି । ଏଥି ପାଇଁ ଅ ।ଜି କେନ୍ଦ୍ର କ୍ୟାବିନେଟରେ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଜାତୀୟ ଜନସଂଖ୍ୟା ପଞ୍ଜିକରଣ (ଏନପିଆର) ଅ ।ଧାରରେ ଅପ୍ରେଲ ୧, ୨୦୨୦ରୁ ସେପ୍ଟେମ୍ବର ୩୦, ୨୦୨୦ ପର୍ଯ୍ୟନ୍ତ ନାଗରିକଙ୍କର ଏକ ଡାଟା ବେସ୍ ପ୍ରସ୍ତୁତ କରିବାକୁ ପଡିବ । ଏଥିପାଇଁ ଘର ଘର ବୁଲି ଜନଗଣନା କରିବାକୁ ପଡିବ । ଦେଶର ସାମାନ୍ୟ ନିବାସୀଙ୍କ ବ୍ୟାପକ ପରିଚୟ ଡାଟାବେସ୍ କରିବା ଏନପିଅ ।ର ମୁଖ୍ୟ ଲକ୍ଷ୍ୟ । ଏହି ଡାଟାରେ ଲୋକମାନଙ୍କର ବାୟୋମେଟ୍ରିକ୍ ତଥ୍ୟ ମଧ୍ୟ ରହିବ । ଏଥିରେ ବ୍ୟକ୍ତିର ନାମ, ଠିକଣା, ଶିକ୍ଷା, ପେଶା ଭଳି ସୂଚନା ରହିବ । ଏନପିଅ ।ରର ତଥ୍ୟ ଲୋକମାନଙ୍କ ଦ୍ୱ୍ାରା ଦିଅ ।ଯାଇଥିବା ତଥ୍ୟ ଅ ।ଧାରରେ ରହିବ । ଏହା ନାଗରିକତାର ପ୍ରମାଣ ପତ୍ର ହେବ ନାହିଁ ।
ଉଲ୍ଲେଖଯୋଗ୍ୟ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ନେତୃତ୍ୱରେ ୟୁପିଏ ସରକାର ସମୟରେ ୨୦୧୦ରେ ଏନପିଅ ।ର ତିଅ ।ରି କରିବା ପାଇଁ ପ୍ରସଙ୍ଗ ଉଠାଯାଇଥିଲା । ସେହି ସମୟରେ ୨୦୧୧ରେ ଏହା ଉପରେ ଜନଗଣନା ଅ ।ଧାରରେ କାମ ଅ ।ରମ୍ଭ କରାଯାଇଥିଲା । ଏବେ ୨୦୨୧ରେ ଜନଗଣନା ହେବାକୁ ଯାଉଛି । ଏହା ସହ ଏନପିଅ ।ରର କାମ ଅ ।ରମ୍ଭ ହେବ ବୋଲି କୁହାଯାଉଛି । ତେବେ ଏନପିଅ ।ରକୁ ପଶ୍ଚିମବଙ୍ଗ, ରାଜସ୍ଥାନ, କେରଳ ସରକାର ବିରୋଧ କରୁଛନ୍ତି ।
previous post