(ବରୀ/ ଯାଜପୁର): ଯାଜପୁର ଜିଲ୍ଲା ବରୀ ବ୍ଲକ ଅମଟପୁର ପଞ୍ଚାୟତ ରେ ରାସନ ସାମଗ୍ରୀ କୁ ନେଇ ବଡ଼ ଘୋଟାଲା ପଦାକୁ ଆସିଛି। ଏକାଧିକ ଲୋକ ନାମ ରେ ଦୁଇ ଟି ରାସନ୍ କାର୍ଡ ଥିବା ବେଳେ ଏଠି ମୃତ ବ୍ୟକ୍ତି ବି ରାସନ୍ ସାମଗ୍ରୀ ନେଉଥିବାର ସଙ୍ଗିନ୍ ଅଭିଯୋଗ କୁ ନେଇ ବିଡିଓଙ୍କ ନିକଟର ରେ ଫେରାଦ୍ ହୋଇଛନ୍ତି ଗ୍ରାମବାସୀ। ସୂଚନା ଅନୁସାରେ ଅମଟପୁର ପଞ୍ଚାୟତ ଅଧୀନ ରିଟେଲର ରମାକାନ୍ତ ଦାଶଙ୍କ ବିରୋଧରେ ଅଭିଯୋଗ କରାଯିବା ସହ ବିଡିଓ ଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଗ୍ରାମବାସୀ। ଶ୍ରୀ ଦାଶ ଉକ୍ତ ପଞ୍ଚାୟତ ର ୮ ଗୋଟି ୱାର୍ଡ କୁ ରାସନ୍ ସାମଗ୍ରୀ ଯୋଗାଇ ଦେବାକୁ ରାଜ୍ୟ ସରକାର ଙ୍କ ଖାଦ୍ୟ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ନିଯୁକ୍ତି ପାଇଛନ୍ତି। ସାରା ବିଶ୍ବ ରେ ମହାମାରୀ ରୂପ ଧାରଣ କରି ଆସିଥିବା କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ କେନ୍ଦ୍ର ସରକାର ସାରା ଦେଶରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି। ଏପଟେ ଲକ୍ ଡାଉନ୍ କୁ ଆଖି ଆଗରେ ରଖି ଓଡ଼ିଶା ସରକାର ଅଗ୍ରୀମ ୩ ମାସର ର ଖାଦ୍ୟ ସାମଗ୍ରୀ ଓ କେନ୍ଦ୍ର ସରକାର ୩ ମାସ ର ଖାଦ୍ୟ ସାମଗ୍ରୀ ହିତାଧିକାରୀ ମାନଙ୍କୁ ମାଗଣା ରେ ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଣ୍ଡ ପିଛା ୫ କିଗ୍ରା ଚାଉଳ ଦେବାକୁ ଥିବା ବେଳେ ଉକ୍ତ ରିଟେଲର ୪ କିଗ୍ରା ଚାଉଳ ପ୍ରଦାନ କରିଛନ୍ତି। ଏହା ଛଡା ଉକ୍ତ ପଞ୍ଚାୟତ ରେ ପାଞ୍ଚାଳୀ ମଲ୍ଲିକ ଙ୍କ ନାମରେ ନଂ ୧୩୦୨୦୨୧୦୯୮୫ ଏବଂ୧୩୦୨୦୨୧୩୨୩ ଥିବା ଦୁଇଟି ରାସନ୍ କାର୍ଡ ରହିଛି। ସେହିପରି ଗ୍ରାମ ରେ ମାମି ଦଳାଇ, ଉର୍ମିଳା ଜେନା, ଅନୁଷୟା ବାରିକ, ମିନତି ମଲ୍ଲିକ ବାବୁଲି ମଳିକ ନାମରେ ମଧ୍ୟ ଦୁଇଟି ଲେଖାଏ କାର୍ଡ ଅଛି। ଅନ୍ୟ ପକ୍ଷେ ମୃତ ବ୍ୟକ୍ତି ବିଷ୍ଣୁପ୍ରିୟା ସିଂ, ନୀଳମଣି ଦେହୁରୀ ଓ ରମା ମଳିକ ଙ୍କ ୨୦୧୭ ର ରୁ ମୃତ୍ୟୁ ହୋଇଥିଲେ ମଧ୍ୟ ସେମାନଙ୍କ ନାମରେ ରାସନ କାର୍ଡ ରହିଛି। ଏମାନଙ୍କ ଛଡା ଅନେକ ଲୋକ ଙ୍କ ପୂର୍ବ ରୁ ମୃତ୍ୟୁ ହୋଇଥିଲେ ମଧ୍ୟ ଏବେ ବି ସେମାନଙ୍କ କାର୍ଡ ରେ ରାସନ ସାମଗ୍ରୀ ବଣ୍ଟନ କରାଯାଇଛି। ସବୁଠାରୁ ବଡ଼ କଥା ହେଲା ତାଲିକାଭୁକ୍ତ ଥିବା ହିତାଧିକାରୀ ଙ୍କ ମଧ୍ୟରୁ ନିରୁପମା ମଲ୍ଲିକ , ରସ୍ମିପ୍ରଭା ବେହେରା, ବୀଣାପାଣି ଦାସ, ସବିତା ମହାନ୍ତି,ଏଲିନା ମହାନ୍ତି ଏମାନଙ୍କ ଭଳି ଅନେକ ଲୋକ ଙ୍କ କାର୍ଡ ରହିଥିଲେ ମଧ୍ୟ ସେମାନଙ୍କୁ ରାସନ ସାମଗ୍ରୀ ପ୍ରଦାନ କରାଯାଉନଥିବା ଅଭିଯୋଗ ହୋଇଛି। ଏ ନେଇ ଉକ୍ତ ରିଟେଲର ଙ୍କୁ ପଚାରିବାରୁ କହନ୍ତି ମୋ ନାଁ ରେ ମିଥ୍ୟା ଅଭିଯୋଗ କରାଯାଇଛି । ମୁଁ ସରକାର ନିୟମ ମୁତାବକ ବଣ୍ଟନ କରୁଛି। ଏ ନେଇ ବରୀ ବ୍ଲକ୍ ଯୋଗାଣ ନିରୀକ୍ଷକ ଙ୍କୁ ପଚାରିଲେ କହନ୍ତି ଅଭିଯୋଗ ହୋଇଚି ତଦନ୍ତ କଲେ ପ୍ରକୃତ ସତ ପଦାକୁ ଆସିବ। ଏବଂ ବରୀ ବିଡିଓ ଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ହୋଇପାରି ନଥିଲା।
previous post
next post