(ହିଞ୍ଜିଳିକାଟୁ /ରଜନୀକାନ୍ତ ପତ୍ର): ଶେରଗଡ଼ ବ୍ଲକରେ କରୋନ ପ୍ରସ୍ତୁତି ଠିକ ଭାବେ ଚାଲିଥିବା ବେଳେ ବ୍ଲକ ଅଞ୍ଚଳର କିଛି ପଂଚାୟତକୁ ୧୬ଜଣ ବ୍ୟକ୍ତି ଆସି ପହଁଚିଛନ୍ତ।ସେମାନଙ୍କୁ ନିକଟସ୍ତ ଉଚ୍ଚ ବିଦ୍ୟାଳୟ ଆଇସୋଲେଶନ ଗୃହରେ ରଖାଯାଇଛି।ଏନେଇ ବିଡିଓ ସୁରଞ୍ଜନ କୁମାର ସାହୁ ଓ ତହସିଲଦାର ଡ଼. ଦୟାସିନ୍ଧୁ ପରିଡା ଉକ୍ତ ଆଇସୋଲେଶନ କେନ୍ଦ୍ର ଗୁଡିକ ତଦାରଖ କରି ଫେରିଛନ୍ତି।ସେମାନେ ୧୪ ଦିନ ପର୍ୟ୍ୟନ୍ତ ଉକ୍ତ ଆଇସୋଲେଶନ କେନ୍ଦ୍ର ରହିବେ ।ସେମାନଙ୍କ ଖାଇବା ରହିବା ଵ୍ୟଵସ୍ଥା ପଂଚାୟତ ପକ୍ଷରୁ କରାଯାଇଛି।୧୪ଦିନ ପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ ରିପୋର୍ଟ ଆସିବା ପରେ ଘରକୁ ଚଢ଼ାଯିବ ବୋଲି ବିଡିଓ ଶ୍ରୀ ସାହୁ କହିଛନ୍ତି।ଏନେଇ ଦୁଇ ଅଧିକାରୀ କୁମାରପାଣି,କରଡାକଣା,କୁରୁଲା,ଅଲାରିଗଡ଼, ନରେନ୍ଦ୍ରପୁର ପଂଚାୟତକୁ ଯାଇ ତଦାରଖ କରିଥିଲେ।
previous post
