ଓଡିଶା

ଆଇସୋଲେସନ୍ ସେଣ୍ଟରରେ ଗଞ୍ଜାମ ଜିଲ୍ଲାପାଳ

(ହିଞ୍ଜିଳିକାଟୁ / ରଜନୀକାନ୍ତ ପତ୍ର): ଲକ୍ଡାଉନ୍ ଉଠିବା ପରେ ବାହାର ରାଜ୍ୟରେ ଅଟକିଥିବା ଲୋକେ ଗଞ୍ଜାମ ଜିଲ୍ଲାକୁ ଫେରିବେ। ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମସ୍ତ ପଞ୍ଚାୟତ ଅଫିସକୁ ଯାଇ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଜେଇ ଓ କର୍ମଚାରୀମାନଙ୍କ ସହ ଆଲୋଚନା କରିଛନ୍ତି। ଏଥିସହ ପଞ୍ଚାୟତମାନଙ୍କରେ ଖୋଲାଯାଇଥିବା ଆଇସୋଲେଶନ ସେଣ୍ଟର ବୁଲି ଦେଖିଥିଲେ। ସେଠାରେ ପାଣି, ଆଲୋକ, ପାଇଖାନା, ବେଡ଼ ଆଦି ଆନୁସଙ୍ଗିକ ବ୍ୟବସ୍ଥା ଅଛି କି ନାହିଁ ତାର ଅନୁଧ୍ୟାନ କରିଥିଲେ। ବାହାର ରାଜ୍ୟରୁ ଆସିବାକୁ ଥିବା ଲୋକଙ୍କ ପଞ୍ଜିକରଣ କରିବାରେ ସହାୟତା ପ୍ରଦାନ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। କଣମଣା, ଆର୍ୟ୍ୟପଲି ଆଇସୋଲଶନ ସେଣ୍ଟର ପରିଦର୍ଶନ ବେଳେ ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ,ସରପଞ୍ଚ ଏସ୍ ଚକ୍ରପାଣିରେ ଏମ୍.ଗୁମାଲି, ବିଇଓ ଅଭିନାଶ ଶତପଥି ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଜିଲ୍ଲାର ସମସ୍ତ ୫୦୩ ଆଇସୋଲେଶନ୍ ସେଣ୍ଟର ବୁଲି ନିଜେ ଅନୁଧ୍ୟାନ କରିବେ ବୋଲି ଜିଲ୍ଲାପାଳ ନିଷ୍ପତ୍ତି ସୂଚନା ଦେଇଛନ୍ତି।

Related posts

ଅଖିଳ ଉତ୍କଳ ଅଣଗେଜେଟେଡ ପ୍ରାଣୀ ଚିକିତ୍ସା ବୈଷୟିକ ସଂଘ ଗଜପତି ଶାଖାର ଆଗାମୀ ତିନି ବର୍ଷ ପାଇଁ କର୍ମକର୍ତ୍ତା ଚୟନ…

mahabharatanews

ଉଷା ପାଢ଼ୀଙ୍କ ନାଁରେ ସାଇବର ଠକେଇ ଉଦ୍ୟମ

mahabharatanews

ହାତୀ ଉପଦ୍ରଵ : ସ୍କୁଲ ଆସୁନାହାନ୍ତି ଛାତ୍ରଛାତ୍ରୀ 

mahabharatanews