ଓଡିଶା

ଆଉ ଚଳିବ ନାହିଁ ଆଇଓସିଏଲର ମନମାନୀ: ଜମିହରା ପରିବାର

ପ୍ରଶାନ୍ତ କୁମାର ସ୍ଵାଇଁ/ ପାରାଦୀପ: ଆଉ ଚଳିବ ନାହିଁ ପାରାଦ୍ଵୀପ ତୈଳ ବିଶୋଧନାଗାର (ଆଇଓସିଏଲ)ର ମନମାନୀ। କମ୍ପାନୀ ପାଇଁ ଆମର ଭାତ ହାଣ୍ଡି ଭଳି ଜମି ଦେଲୁ । ମାତ୍ର ଏଠାରେ ବାହାର ରାଜ୍ୟର ଲୋକ କାମ କରୁଛନ୍ତି ଏବଂ ଆମ ପିଲା ଦାଦନ ଖଟିବାକୁ ଯାଉଛନ୍ତି ବାହାର ରାଜ୍ୟକୁ। ଯଦି କମ୍ପାନୀ ଆମ ପରିବାରକୁ ଦାନା ଦେଇ ପାରୁନି, ତେବେ କମ୍ପାନୀ ଆମ ଜମିରେ କାହିଁକି ରହିବ ବୋଲି ପ୍ରଶ୍ନ କରିଛନ୍ତି ଜମିହରା ପରିବାର।
ଆଇଓସିଏଲକୁ ସମ୍ପୁର୍ଣ୍ଣ ବନ୍ଦ କରିବାକୁ ଆନ୍ଦୋଳନ କରାଯିବ ବୋଲି ଚରମ ନିଷ୍ପତ୍ତି ନେଇଛି ଆଇଓସିଏଲ ୧୭୫୨ ଜମିହରା କୃଷକ ସଂଗଠନ। ରବିବାର କୁଜଙ୍ଗ ମଙ୍ଗରାଜପୁର ଗ୍ରାମରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଏହି ନିଷ୍ପତ୍ତି ନେଇଛି ସଂଗଠନ। ଦିର୍ଘ ୮ ବର୍ଷ ହେଲା ଆଇଓସିଏଲ କର୍ତ୍ତୃପକ୍ଷ ଜମିହରା ୧୭୫୨ ପରିବାରକୁ ଉପେକ୍ଷା କରି ଚାଲିଛନ୍ତି। ଏପରିକି ସଂଗଠନକୁ ଭାଗ ଭାଗ କରିବାକୁ ମଧ୍ୟ ପ୍ରୟାସ କରିଛନ୍ତି । ମାତ୍ର ଏବେ ଆମେ ପୁଣି ଏକାଠି ଲଢେଇ କରିବା ପାଇଁ ପ୍ରସ୍ତୁତ ହୋଇଛୁ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।

 

Related posts

ଜାରି ହେଲା ଅନଲକ-୬ ଗାଇଡଲାଇନ

mahabharatanews

ଦାଣ୍ଡ ଯାତ୍ରା ଉତ୍ସବ, ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଭିଡ଼ରେ ଦାଣ୍ଡ ପ୍ରକମ୍ପିତ

mahabharatanews

 ୧୭ରେ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗର ଲୋକାର୍ପଣ 

mahabharatanews