ଓଡିଶା

ଆଉ ଚଳିବ ନାହିଁ ଆଇଓସିଏଲର ମନମାନୀ: ଜମିହରା ପରିବାର

ପ୍ରଶାନ୍ତ କୁମାର ସ୍ଵାଇଁ/ ପାରାଦୀପ: ଆଉ ଚଳିବ ନାହିଁ ପାରାଦ୍ଵୀପ ତୈଳ ବିଶୋଧନାଗାର (ଆଇଓସିଏଲ)ର ମନମାନୀ। କମ୍ପାନୀ ପାଇଁ ଆମର ଭାତ ହାଣ୍ଡି ଭଳି ଜମି ଦେଲୁ । ମାତ୍ର ଏଠାରେ ବାହାର ରାଜ୍ୟର ଲୋକ କାମ କରୁଛନ୍ତି ଏବଂ ଆମ ପିଲା ଦାଦନ ଖଟିବାକୁ ଯାଉଛନ୍ତି ବାହାର ରାଜ୍ୟକୁ। ଯଦି କମ୍ପାନୀ ଆମ ପରିବାରକୁ ଦାନା ଦେଇ ପାରୁନି, ତେବେ କମ୍ପାନୀ ଆମ ଜମିରେ କାହିଁକି ରହିବ ବୋଲି ପ୍ରଶ୍ନ କରିଛନ୍ତି ଜମିହରା ପରିବାର।
ଆଇଓସିଏଲକୁ ସମ୍ପୁର୍ଣ୍ଣ ବନ୍ଦ କରିବାକୁ ଆନ୍ଦୋଳନ କରାଯିବ ବୋଲି ଚରମ ନିଷ୍ପତ୍ତି ନେଇଛି ଆଇଓସିଏଲ ୧୭୫୨ ଜମିହରା କୃଷକ ସଂଗଠନ। ରବିବାର କୁଜଙ୍ଗ ମଙ୍ଗରାଜପୁର ଗ୍ରାମରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଏହି ନିଷ୍ପତ୍ତି ନେଇଛି ସଂଗଠନ। ଦିର୍ଘ ୮ ବର୍ଷ ହେଲା ଆଇଓସିଏଲ କର୍ତ୍ତୃପକ୍ଷ ଜମିହରା ୧୭୫୨ ପରିବାରକୁ ଉପେକ୍ଷା କରି ଚାଲିଛନ୍ତି। ଏପରିକି ସଂଗଠନକୁ ଭାଗ ଭାଗ କରିବାକୁ ମଧ୍ୟ ପ୍ରୟାସ କରିଛନ୍ତି । ମାତ୍ର ଏବେ ଆମେ ପୁଣି ଏକାଠି ଲଢେଇ କରିବା ପାଇଁ ପ୍ରସ୍ତୁତ ହୋଇଛୁ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।

 

Related posts

ଆଜିଠୁ ୩ ଦିନିଆ ପାଇଁ  ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews

 ଖୋଲିଲା ହୀରାକୁଦ୍ ଗେଟ୍,ତଳିଆ ଅଞ୍ଚଳକୁ ସତର୍କ ଜାରି 

mahabharatanews

ବନ୍ଦ ପାଳନ ବେଳେ ବ୍ରେକ୍ ଫେଲ୍ ହେଲା ପୋଲିସ ବସ

mahabharatanews